ଭୁବନେଶ୍ୱର: ଆଗେ ଭି ଜାନେନା ତୁ.. ପରଦେଶିଆଁ ସେ..ୟେ ସମା..ଜାହାଁ ପ୍ୟାର ମିଲେ.. ପରି ଗୋଟିଏ ପରେ ଗୋଟିଏ ଚିର ସବୁଜ ଗୀତ ଭାସି ଆସୁଥିଲା ଶିଳ୍ପୀଙ୍କ କଣ୍ଠରୁ। ସମସ୍ତ ଗୀତ ଥିଲା ପ୍ରଖ୍ୟାତ ଦିବଂଗତ ଅଭିନେତା ଶଶୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ରର । ଏମିତି ସଙ୍ଗୀତରେ ସଙ୍ଗୀତରେ ଶଶୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅବସର ଥିଲା ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ଓ ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଶଶୀଙ୍କ ସ୍ମୃତିରେ.. ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଲୋଭା, ସିଦ୍ଧାର୍ଥ, ଅର୍ଣ୍ଣବ, ଅଭିଷେକ ପ୍ରମୁଖ ଶିଳ୍ପୀ ଶଶୀଙ୍କ ଚଳଚ୍ଚିତ୍ର ଗୀତ ପରିବେଷଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ।
ଗୁଲ୍ସନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଯୋଜକ ସଂଘର କର୍ମକର୍ତା ଲୁଟୁ ମହାନ୍ତି, ଶ୍ରୀଧର ମାର୍ଥା, ଲୋକନାଥ ଦାଶ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ। ସିନେକ୍ରିଟିକ ଆସୋସିଏସନ୍ ସଭାପତି ପ୍ରଦୋଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମ୍ପାଦକ ଦିଲ୍ଲୀପ ହାଲି ଧନ୍ୟବାଦ ପ୍ରଦାନ କରିଥିଲେ।
ସଙ୍ଗୀତରେ ଶଶୀଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2017/12/asit-sashi-kapoor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)