ଶିରିଡ଼ି ସାଇଙ୍କ ମହାସମାଧିକୁ ଶହେ ବର୍ଷ ପୂର୍ତ୍ତିି ଉପଲକ୍ଷେ ପ୍ରକାଶ ପାଇବ ସ୍ମରଣିକା ‘ସାଇସ୍ମୃତି’

ପୁରୁଣା ଭୁବନେଶ୍ୱର: କରୁଣାବତାର ଲୀଳାମୟ ଶିରିଡ଼ି ସାଇବାବାଙ୍କ ମହାସମାଧିକୁ ଶହେ ବର୍ଷ ପୂର୍ତ୍ତିି ଉପଲକ୍ଷେ ପୋଖରୀପୁଟସ୍ଥିତ ଶିରିଡ଼ି ପାଇ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ମରଣିକା ‘ସାଇସ୍ମୃତି’ ପ୍ରକାଶ ପାଇବ। ଆଗ୍ରହୀ ଭକ୍ତମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ପୋଖରୀପୁଟ ଅନନ୍ତବିହାର ଏମ୍‌ଆଇଜି-୯୩ ଠିକଣାରେ ଏଥିପାଇଁ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି। ଆଜି ବସନ୍ତପୁର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ସଂପାଦକ ସମ୍ପାଦକ ସୁନୀଲ ମିଶ୍ର ଏହି ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଶିରିଡ଼ି ସାଇବାବାଙ୍କ ଉପରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର