ସିରିପୁର ଲକ୍ଷ୍ମୀପୁର ବସ୍ତିକୁ ଅବରୋଧ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ସିରିପୁର ଲକ୍ଷ୍ମୀବଜାର ବସ୍ତିକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି। ଏହି ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ଏହି ନିଷ୍ପତ୍ତି ନେଇଛି। ତ୍ରିନାଥ ମନ୍ଦିର ଛକରୁ ଏୟାରପୋର୍ଟ ପାଚେରୀ ଯାଏଁ କଟକଣା ରହିବ। ଅବରୋଧ ଅଂଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି।

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। କଳାରାହାଙ୍ଗ ପଂଚାୟତ ଓ୍ଵାର୍ଡ ନଂ-୮ରେ ସୁଭଦ୍ରା ଆପାର୍ଟମେଣ୍ଟ ଅଛି। ଏଠାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର