ଶିଶୁପାଳଗଡ଼ ସଂରକ୍ଷଣ ପାଇଁ ସ୍ବର ଉଠାଇଲେ ଡିଆଇଜି ଜେ.ଏନ୍ ପଙ୍କଜ

ଭୁବନେଶ୍ବର : ୨୭ଶହ ବର୍ଷ ତଳର ମୁକସାକ୍ଷୀ ଶିଶୁପାଳଗଡ଼ ଦୁର୍ଗର ସଂରକ୍ଷଣ ନେଇ ସ୍ବର ଉଠାଇଛନ୍ତି ପୁଲିସ୍ ଡିଆଇଜି ଜେ.ଏନ୍ ପଙ୍କଜ। ଭୁବନେଶ୍ବର ସହର ସହ ସଂଶ୍ଳିଷ୍ଟ ଏହି ସ୍ମାରକୀ ଅବହେଳିତ ହୋଇ ପଡ଼ିଥିବା ବେଳେ ଏହାର ପୁନରୁଦ୍ଧାର ଆବଶ୍ୟକ ବୋଲି ସେ ସୋସିଆଲ୍ ମିଡିଆରେ ସ୍ବର ଉଠାଇଛନ୍ତି। ସହରୀ ସଭ୍ୟତାର ବିକାଶ ଆଳରେ ଏହି ଐତିହ୍ୟ ସମ୍ପନ୍ନ କୀର୍ତିରାଜି ନଷ୍ଟ ହେବାକୁ ବସିଥିବା ବେଳେ ଏଏସ୍ଆଇ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ସେପରି ପଦକ୍ଷେପ ନିଆଯାଇ ନାହିଁ। ସୋସିଆଲ୍ ମିଡିଆରେ ଏହା ଦେଖିବା ପରେ ଅନେ‌କେ ଏନେଇ ସରକାର ତତ୍ପରତା ପ୍ରକାଶ କରି ତୁରନ୍ତ ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର