ଭୁବନେଶ୍ବର: ଗ୍ରାମୀଣ ଉତ୍ପାଦ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନୀ ‘ଶିଶିର ସରସ’ ଜାନୁଆରି ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁ୍ଷ୍ଠିତ ହେବ। ଏଥିରେ ୨୪ଟି ରାଜ୍ୟରୁ ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କାରିଗର ଅଂଶଗ୍ରହଣ କରିବେ। ୩୦୨ଟି ଷ୍ଟଲ୍ରେ ବିଭିନ୍ନ ହସ୍ତଶିଳ୍ପ ସମେତ ଘରକରଣା ଦ୍ରବ୍ୟ, ବନଜାତ ଦ୍ରବ୍ୟ ଆଦି ସ୍ଥାନ ପାଇବ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନ ଓଡ଼ିଶା ରୁରାଲ୍ ଡେଭଲପ୍ମେଣ୍ଟ୍ ଆଣ୍ଡ ମାର୍କେଟିଂ ସୋସାଇଟି (ଓର୍ମାସ୍) ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳା ୨୧ ବର୍ଷରେ ପଦାର୍ପଣ କରିଛି। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତ ଓ କୁଟିର ଶିଳ୍ପ ନିର୍ଦେଶାଳୟ, ମିସନ୍ ଶକ୍ତି ସହଯୋଗରେ ଏହି ମେଳା ଆୟୋଜିତ ହେଉଛି। ଏହି ଅବସରରେ କେନ୍ଦ୍ରାପଡ଼ାର କାଇଁଚ କାମ, କୋରାପୁଟର ହସ୍ତତନ୍ତ, ବାଲେଶ୍ବରର ଟେରାକୋଟା ସମେତ ଆଦିବାସୀ ଅଳଙ୍କାର, ଢୋକ୍ରା କାମ, ହାତବୁଣା ଲୁଗା, କେନ୍ଦୁଝରର ଫୁଲ ବଡ଼ି, ମସଲା, ବନଜାତ ଦ୍ରବ୍ୟ, ତାମିଲନାଡ଼ୁର ରଙ୍ଗିନ ମହମବତି, ଉତ୍ତରପ୍ରଦେଶର ସିଲ୍କ, ବନାରସୀ କାରିଗରୀ ଛତିଶଗଡ଼ର ଟସର, କଂସା, ପିତଳ, ଆସାମର ବେତ ଓ ବାଉଁଶ, ଗୁଜୁରାଟର ଘରସଜା ସାମଗ୍ରୀ ଆଦି ଉପଲବ୍ଧ ହେବ। ଗତ ବର୍ଷ ଏହି ମେଳାରେ ୧୩ କୋଟି ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଏଥର ଓର୍ମାସ୍ ପକ୍ଷରୁ ୧୫କୋଟି ଟଙ୍କାର ବିକ୍ରିବଟା ହେବା ନେଇ ଆକଳନ କରାଯାଇଛି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି। ଏସ୍ଆଇଆର୍ଡି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଶାସନ ସଚିବ ତଥା ଓର୍ମାସ୍ର ଅଧ୍ୟକ୍ଷ ଦେଓରଂଜନ କୁମାର ସିଂହ, ଓର୍ମାସ୍ର ସଦସ୍ୟ ସଚିବ ସ୍ମୃତିରଂଜନ ପ୍ରଧାନ ଏବଂ ଓର୍ମାସ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିଏନ୍ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।
ଜାନୁଆରି ୪ରୁ ଶିଶିର ସରସ
ଯୋଗଦେବେ ୨୪ ରାଜ୍ୟର କାରିଗର, ୧୫ କୋଟି ଟଙ୍କାର ବ୍ୟବସାୟ ଲକ୍ଷ
/sambad/media/post_attachments/wp-content/uploads/2018/01/sisira-saras.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)