ଭୁବନେଶ୍ୱର: ଜାନୁଆରି ୫ରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ‘ଶିଶିର ସରସ’ ମେଳା। ଏହି ମେଳାରେ ଓଡ଼ିଶା ସମେତ ୨୩ଟି ରାଜ୍ୟର ୬୦୦ରୁ ଅଧିକ ଗ୍ରାମୀଣ କାରିଗର ଭାଗନେବେ। ୨୮୦ଟି ଷ୍ଟଲରେ ବିଭିନ୍ନ ଗ୍ରାମୀଣ ଉତ୍ପାଦିତ ସାମଗ୍ରୀର ବିକ୍ରି ହେବ। ଏଥିରେ ଓଡ଼ିଶାର କାରିଗରଙ୍କ ଲାଗି ୧୭୦ଟି ଷ୍ଟଲ ରହିଥିବା ବେଳେ ବାହାର ରାଜ୍ୟର କାରିଗରଙ୍କ ପାଇଁ ୧୧୦ଟି ରଖାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ଏସ୍ଆଇଆରଡିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ମହାରଥୀ କହିଲେ, ଓରମାସ ଏବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରୁଥିବାରୁ ଜାନୁଆରି ୬ରେ ଏସ୍ଆଇଆରଡି ପରିସରରେ ମିନି ମାରାଥନ୍ ଅନୁଷ୍ଠିତ ହେବ। ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦ୍ଘାଟନ କରିବେ।
ଜାନୁଆରି ୫ରୁ ‘ଶିଶିର ସରସ’ ମେଳା
/sambad/media/post_attachments/wp-content/uploads/2017/12/083c6a824b7e9b66e073926e13a83dfe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)