‘କିସ୍‌’ରେ ଶିଶୁ ଉତ୍ସବ ‘କୁସୁମ୍‌’

ଚନ୍ଦ୍ରଶେଖରପୁର: ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‌’ରେ ଶିଶୁ ଉତ୍ସବ ‘କୁସୁମ ୨୦୧୭’ ବିଭିଏଲ୍‌ଏଫ୍‌ ଓ କିସ୍‌ର ମିଳିତ ସହଯୋଗରେ ପାଳିତ ହୋଇଯାଇଛି। ୨୭ହଜାର ଆଦିବାସୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉତ୍ସବରେ ଅନୁଷ୍ଠାନର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର୍‌ଏନ୍‌ ଦାଶ, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ହରେକୃଷ୍ଣ ଶତପଥୀ ଓ କୁଳସଚିବ ଜୁଲିଅସ୍‌ ଲାକ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶିଶୁ ପତ୍ରିକା ଉନ୍ମୋଚିତ ହୋଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀର କୁନି କୁନି ଛାତ୍ରଛାତ୍ରୀମାନେ ପାରମ୍ପରିକ ଆଦିବାସୀ ପୋଷାକରେ ଢେମ୍‌ସା, ସାଦରୀ, ସାନ୍ତାଳ, ହୋ, ଯୁଆଙ୍ଗ ଓ ଦେଶିଆ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ଆଜି ସକାଳେ କିସ୍‌’ର ମେଗା ହଲ୍‌ରେ ଛାତ୍ରଛାତ୍ରୀମାନେ ଏକାଠି ବସି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣକୁ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର