ଭୁବନେଶ୍ୱର: ମିଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ଆଜି ଶିଶୁଭବନ ପରିସରରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଶିଶୁଭବନ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଷ୍ଟିସାଧାନ କେନ୍ଦ୍ର ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି। ତେବେ ଶିଶୁଭବନର ଅଧିକାଂଶ ସ୍ଥାନ ଜବରଦଖଲରେ ରହିଥିବାରୁ ଏଥିପାଇଁ ସମସ୍ୟା ଦେଖା ଦେଇଥିଲା। ତେବେ ଆଜି ଶିଶୁଭବନ ପରିସରରେ ଜବରଦଖଲ ଥିବା ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଛି।
କ୍ୟାପିଟାଲ ଥାନା ଅଧୀନ ଭୁବନେଶ୍ୱର ସହର ମୌଜାରେ ରହିଛି ଶିଶୁଭବନ। ତେବେ ଗତ କିଛିବର୍ଷ ହେବ ଶିଶୁଭବନ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଏହାର ଉଚ୍ଛେଦ ପାଇଁ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଥିଲା। ମିଳିତ ଉଚ୍ଛେଦକାରୀ ଦଳ ଆଜି ସକାଳରେ ଉଚ୍ଛେଦ ସ୍ଥଳରେ ପହଞ୍ଚିଥିଲେ। ଗୋଟିଏ ବୁଲଡୋଜର୍ ଉଚ୍ଛେଦ କାର୍ଯ୍ୟରେ ଲଗାଯାଇଥିଲା। ଶିଶୁଭବନ ପରିସରରେ ଥିବା ୩ଟି ଆଜବେଷ୍ଟସ୍ ଘର, ଗୋଟିଏ ପାଇଖାନା ଓ ୫ମିଟର ଲମ୍ବର ଏକ କାନ୍ଥକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶିଶୁଭବନ ପରିସରରେ ଉଚ୍ଛେଦ ହେଲା ଜବରଦଖଲ
/sambad/media/post_attachments/wp-content/uploads/2017/10/jabardakhal-uchhed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)