ପୁରୁଣା ଭୁବନେଶ୍ବର: ବଡ଼ଗଡ଼ ଗ୍ରାମର ନୀଳକଣ୍ଠେଶ୍ବର ମହାଦେବଙ୍କ ପୀଠରେ ଶିବ ବିବାହ ସମ୍ପନ୍ନ ହୋଇଛି। ସକାଳୁ ବିଧି ଅନୁସାରେ ନୀଳକଣ୍ଠେଶ୍ବରଙ୍କ ବିବାହ ରୀତିନୀତି ଅନୁଯାୟୀ କରାଯାଇଥିଲା। ଅପରାହ୍ନରେ ପାରମ୍ପରିକ ବାଦ୍ୟ ସହ ମହାଦେବଙ୍କୁ ନଗର ପରିକ୍ରମା କରାଯାଇଥିଲା। ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।
ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ନୀଳକଣ୍ଠେଶ୍ବର ମହାଦେବ ଓ ମା’ପାର୍ବତୀଙ୍କ ହାତଗଣ୍ଠି ପଡ଼ିଥିଲା। ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ଦେବ ବିହାହ ଦେଖିଥିଲେ। କନ୍ୟାପିତା ଚନ୍ଦ୍ରଭାନୁ ପଟ୍ଟନାୟକ ଓ ବରପିତା ଦେବବ୍ରତ ଜେନା ବିବାହ କର୍ମ କରିଥିଲେ। ନୀଳକଣ୍ଠେଶ୍ବର ମନ୍ଦିର କମିଟି, ବଡ଼ଗଡ଼ ଦୁର୍ଗାପୂଜା କମିଟି ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶିବ ବିବାହ କରାଯାଇଥିଲା। ଆସନ୍ତାକାଲି ବିଶାଳ ଶୋଭାଯାତ୍ରରେ ଦେବଦମ୍ପତି ନଗର ପରିକ୍ରମା କରିବେ।