ସୀତାରରେ ଶ୍ରୋତାଙ୍କୁ ମୁଗ୍ଧ କଲେ ସୁପ୍ରତୀକ

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲର ହିନ୍ଦୁସ୍ଥାନୀ ସୀତାର ବାଦନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ସୁପ୍ରତୀକ ସେନ୍‌ଗୁପ୍ତା ସୀତାର ବାଦନ କରିଥିବା ବେଳେ ବିଶ୍ୱରଞ୍ଜନ ନନ୍ଦ ତାଙ୍କୁ ତବ୍‌ଲାରେ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ନାଟ୍ୟକାର ଅନନ୍ତ ମହାପାତ୍ର ଓ ଡ. ସନ୍ତୋଷ ରଥ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲର ସଭାପତି ଅରବିନ୍ଦ ବେହେରା ଓ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ। କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର