ସିଭି ରମଣକୁ ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତା

ଭୁବନେଶ୍ୱର: ସମଗ୍ର ପୂର୍ବ ଭାରତରେ ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌କୁ ଆସୋଚାମ୍‌ ଦ୍ୱାରା ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରଦାନ କରାଯାଇଛି। ଦିଲ୍ଲୀରେ ଆସୋଚାମ୍‌ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ସତ୍ୟପାଲ୍‌ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ୍‌ ଇଂ ସଂଜୀବ କୁମାର ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଇଂଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସିଭି ରମଣର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ମାନ୍ୟତା ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସହ ବିଭିନ୍ନ ଶିଳ୍ପର ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ପାଠ୍ୟକ୍ରମ ପ୍ରଚଳନ କରାଯାଇଥିବାରୁ ଆସୋଚାମ୍‌ ସିଭି ରମଣ ଏଭଳି ମାନ୍ୟତାର ହକ୍‌ଦାର ବୋଲି କୁହାଯାଇଛି। ଏଥିପାଇଁ ଚେୟାରମ୍ୟାନ ଶ୍ରୀ ରାଉତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର