ଲିଙ୍ଗରାଜଙ୍କୁ ପୂଜିଲେ ଶିବରାଜ

ପୁରୁଣା ଭୁବନେଶ୍ବର: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବଂଶଧାରା ଜଳ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ତଥା ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଡ. ଏମ୍‌.କେ ଶର୍ମା ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ସେମାନଙ୍କୁ ବଡୁ ନିଯୋଗର ସଂପାଦକ କମଳାକାନ୍ତ ବଡ଼ୁ ପୂଜାର୍ଚନା କରାଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ମନ୍ଦିର ପରିଦର୍ଶନ କରାଇଥିଲେ। ସେମାନେ ପ୍ରଥମେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚନା କରିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟକୁ ଯାଇଥିଲେ। ପରେ ସେ ମା’ ପାର୍ବତୀ, ମା’ ଭୁବନେଶ୍ବରୀଙ୍କୁ ପୂଜା କରି ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ଶ୍ରୀ ଚୌହାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅମିୟ ଦାଶ, ହରେକୃଷ୍ଣ ଖୁଣ୍ଟିଆ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର