ବେଆଇନ୍ ବାଣ କାରଖାନା ଉପରେ ଚଢ଼ାଉ, ୬ ଗିରଫ, ୨ ଲକ୍ଷ ଟଙ୍କାର ବାଣ ଜବତ
ଭୁବନେଶ୍ୱର: ବେଆଇନ ବାଣ କାରଖାନା ଉପରେ ଅତର୍କୀତ ଭାବେ ଚଢ଼ାଉ କରି ପୁଲସି ଶନିବାର ୬ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୬ ଲକ୍ଷ ଟଙ୍କାର ବାଣ ଓ ଅନ୍ୟ ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ କଟକ ପୁରୀଘାଟ ଥାନା ପୁଲିସ ନିମସାହି ଅଞ୍ଚଳରେ ଅତର୍କୀତ ଭାବେ ଚଢ଼ାଉ କରି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାତି ପାହିବା ପରେ ଦୀପର ପର୍ବ ‘ଦୀପାବଳି’ ପାଳନ ହେଉଛି। ଏଥି ପାଇଁ ସାରା ବିଶ୍ୱ ଉତ୍ସବ ମୁଖର ହେଉଛି। ଭାରତରୁ ଆରମ୍ଭ ହୋଇଥିବା ଦୀପାବଳି ବିଦେଶରେ ମଧ୍ୟ ପାଳନ ହେଉଛି। ଦୀପାବଳିରେ ବାଣ ଓ ଦୀପର ଚାହିଦା ରହୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି। ବାଣ ପ୍ରସ୍ତୁତ ଓ ବିକ୍ରି ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ, ଏହା ନ କରି ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଏହି କାରବାର ସହ ସଂପୃକ୍ତ ରହୁଛନ୍ତି।