୬ ଶିଶୁ-କିଶୋର ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ‘ଲେଖାଲେଖି ପ୍ରକାଶନୀ’ ପକ୍ଷରୁ ଆଜି ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲେଖକ ପରେଶ କୁମାର ପଟ୍ଟନାୟକଙ୍କର ଲିଖିତ ୬ଟି ଶିଶୁ-କିଶୋର ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚିତ ପୁସ୍ତକଗୁଡ଼ିକ ହେଲା, ‘ମୂଷା ଓ ମୂଷୀ’, ‘ଗୋଇନ୍ଦାଗିରି’, ‘ନଡ଼ିଆବାରି ଭୂତ’, ‘ଭୂତର ଭେଟ’, ‘ଚୋରପୁଲିସ’ ଓ ‘ଚୋରବହିର ରହସ୍ୟ’। ଉତ୍ସବରେ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟ ଗବେଷକ ମନୀନ୍ଦ୍ର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଶିଶୁ ସାହିତ୍ୟ ସବୁବେଳେ ଶିଶୁମାନଙ୍କ ମଧ୍ୟରେ କଳ୍ପନା ଶକ୍ତିର ବିକାଶ କରିଥାଏ। ପଢ଼ିବା ଅଭ୍ୟାସକୁ ବଢ଼ାଇଥାଏ। ଏଣୁ ଆଜିର ଶିଶୁ ସାହିତ୍ୟିକମାନେ ଅଧିକରୁ ଅଧିକ ଶିଶୁ ସାହିତ୍ୟର ରଚନା କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲେଖକ ଶ୍ରୀ ପଟ୍ଟନାୟକଙ୍କ ସହ ଯୁବ ଗାଳ୍ପିକ ଦେବାଶିଷ ସାମନ୍ତରାୟଙ୍କ ଏକ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କବି ପ୍ରଦୀପ ବିଶ୍ବାଳ ସଭାପତିତ୍ବ କରିଥିଲେ। ଉନ୍ମୋଚନ ଉତ୍ସବକୁ ପରିଚାଳନା କରିଥିଲେ ଲେଖାଲେଖି ପ୍ରକାଶନର ମୁଖ୍ୟ ପ୍ରଦୀପ୍ତ କୁମାର ବେହୁରା। ହିମାଂଶୁ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର