ହୋଲି ଖେଳ ବେଳେ ଗଣ୍ଡଗୋଳ, ୬ ଗୁରୁତର ପରେ ଉତ୍ତେଜନା, ପୁଲିସ ମୁତୟନ

ଭୁବନେଶ୍ୱର: ରଂଗର ପର୍ବ ଖୁସିର ସହିତ ଖେଳ ଚାଲିଥିବା ବେଳେ ଭୁବନେଶ୍ୱର ବରମୁଣ୍ଡା ଅଂଚଳର ରେଣ୍ଟାଲ କଲୋନିରେ ପ୍ରବଳ ଗଣ୍ଡଗୋଳ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି। ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଗଣ୍ଡଗୋଳ ସଂପର୍କରେ ସୂଚନା ପାଇବା ପରେ ପୁଲିସ ପିସିଆର ଗାଡ଼ିରେ ପହଂଚିଥିଲା। ମାତ୍ର ଉତ୍ତେଜିତ ଲୋକେ ପିସିଆର ଭ୍ୟାନ୍‌ ଓ କାର ଭଙ୍ଗାରୁଜା କରିଛନ୍ତି। ଫଳରେ ପୁଲିସ ମୁତୟନ କରାଯାଇଛି। ପୁଲିସ କିଛି ଲୋକଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର