ନନ୍ଦନକାନନରୁ ୬ ଜଣିଆ ଦଳର ଇନ୍ଦୋର ଗସ୍ତ

ଆଣିବେ ସିଂହ, ଘଡ଼ିଆଳ, ଧୂସର ଗଧିଆ ଓ କୋକିଶିଆଳି

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ ଜଣିଆ କର୍ମଚାରୀ ଦଳ ଇନ୍ଦୋର ଗସ୍ତ କରିଛନ୍ତି। ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ରଙ୍କ ନେତୃତ୍ବରେ ଏଲଆଇ ବେଦପ୍ରକାଶ, ଜନ୍ତୁ ରକ୍ଷକ ସନ୍ତୋଷ ମୁର୍ମୁ, ସୁବାସ ଚନ୍ଦ୍ର ପ୍ରଧାନ, ଅର୍ଜୁନ ଖମାରି ଓ ୨ ଜଣ ଶ୍ରମିକ ଯାଇଛନ୍ତି। ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ୨ଟି ଏସୀୟ ସିଂହୀ, ୩ଟି ଘଡ଼ିଆଳ କୁମ୍ଭୀର (୨ ଅଣ୍ଡିରା, ୧ ମାଈ), ୩ ଭାରତୀୟ ଧୂସର ଗଧିଆ (୨ ଅଣ୍ଡିରା ୧ ମାଈ) ଓ ୧ ମାଈ କୋକିଶିଆଳିଙ୍କୁ ସାଥୀରେ ଧରି ଫେରିବେ। ଇନ୍ଦୋର କର୍ମଚାରୀ ଦଳ ଆସି ପ୍ରତି ବଦଳରେ ଏକ କଳା ବାଘ ଓ ଏକ ଧଳା ବାଘଙ୍କୁ ନେବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର