ଦୋକାନକୁ ଆଇସ୍କ୍ରିମ୍‌ କଣିବାକୁ ଯାଇଥିଲା ୬ ବର୍ଷର ଝିଅ, ଟେକିନେଇ ଦୁଷ୍କର୍ମ କଲା ଯୁବକ!

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା କନକତୋରା ଠାରେ ଦୋକାନକୁ ଆଇସ୍କ୍ରିମ୍‌ କିଣିବାକୁ ଯାଇଥିବା ଜୈନିକା ୬ ବର୍ଷୀୟା ଝିଅକୁ ଟେକିନେଇ ଦୁଷ୍କର୍ମ କରିବା ନେଇ ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ରେ ୬ ବର୍ଷୀୟା ଝିଅ ଜଣକ ପାଖ ଦୋକାନ କୁ ଆଇସକ୍ରିମ କିଣିବାକୁ ଯାଇ ଏକୁଟିଆ ଫେରୁଥିବା ବେଳେ ସେହି ଗାଁର ଅଭିଯୁକ୍ତ ଲବ ଖଡିଆ ୨୧ ଝିଅ ର ମୁହଁ କୁ ଚାପି ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲା।ପରେ ଝିଅ କାନ୍ଦି କାନ୍ଦି ଆସି ଘରେ ସବୁକଥା ଜଣାଇବା ପରେ ଘରଲୋକ ଥାନା ରେ ଲିଖିତ ଏତାଲା ଦେଇଥିଲେ। ଏନେଇ ପୁଲିସ ଅଭିଯୁକ୍ତ ଲବ ଖଡିଆ କୁ ଗିରଫ କରି ପୋସ୍କୋ ଏକ୍ଟରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର