ଷୋଡ଼ଶ ମହିଳା ଚନ୍ଦନ ଉତ୍ସବ

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରସ୍ଥିତ ସିଦ୍ଧି ମଣ୍ଡପଠାରେ ଷୋଡ଼ଶ ମହିଳା ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁରୁଜ, ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ସଂଜୟ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ କର୍ପୋରେଟର ମହାମାୟା ସ୍ବାଇଁ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, କିରଣ ବଟୁ, ସ୍ୱାଗତିକା ଆଚାର୍ଯ୍ୟ, ନମିତା ମହାପାତ୍ର, ଲିଟା ପଟ୍ଟନାୟକ, ଗୀତାଞ୍ଜଳି ଦାଶଙ୍କୁ ମହିଳା ଚନ୍ଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଉତ୍ସବ କମିଟିର ଅଧ୍ୟକ୍ଷା ରଶ୍ମି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁମିତ୍ରା ଘୋଷ ମଞ୍ଚ ସଂଚାଳନା କରିଥିଲେ। ଶେଷରେ ଛୋଟ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ମହିଳାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଉତ୍ସବରେ ସିପ୍ରା ସେନାପତି, ପୁଷ୍ପିତା ଦାଶ, ରୀନା ସାହୁ, ଶାନ୍ତିଲତା ମଲିଆ, ଶୁଭ୍ରା ଶିବାନୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର