ଭୁବନେଶ୍ୱର: ଭୁବନେଶ୍ୱର କମିସନରେଟ୍ ପୁଲିସ ଅଫିସ ପରିସରରେ ପୁଲିସ ମିତ୍ରମାନଙ୍କ ପାଇଁ ଅନୁଷ୍ଠିତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ ଆଜି ଉଦଯାପିତ ହେଇଯାଇଛି । ଏହି ଉତ୍ସବରେ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଓ ଡେପୁଟି କମିସନର ଡ. ଉମା ଶଙ୍କର ଦାଶ ଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ଏହି ତାଲିମର ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇଥିଲେ।
ଭୁବନେଶ୍ୱରର ହ୍ୟୁମାନ ପୋଟେନସିଆଲ ଡେଭେଲପମେଣ୍ଟ୍ ଟ୍ରଷ୍ଟ ଦ୍ୱାରା ୭୨ଘଣ୍ଟା ଅବଧିର ବେସିକ କଂପୁଟର ତାଲିମ ଗତ ୨୧ ଫେବୃଆରୀ ୨୦୨୨ ଦିନ ଆରମ୍ଭ ହେଇଥିଲା। ଭୁବନେଶ୍ୱରର ତପୋବନ, ରଘୁନାଥନଗର ଓ ତାରିଣୀ ବସ୍ତିରୁ ଏହି ତାଲିମ ପାଇଁ ୧୨ଜଣ ପୁଲିସ ମିତ୍ରଙ୍କୁ ବଛା ଯାଇଥିଲା । ପ୍ରତ୍ୟେକ ଦିନ ୨ଘଣ୍ଟା ଅବଧିର ଏହି ତାଲିମ ଦିଆଯିବା ସହିତ ଶେଷରେ ସେମାନଙ୍କର ପରୀକ୍ଷା କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ତାଲିମ ପାଇବା ପରେ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବା ସହିତ ସେମାନେ ରୋଜଗାରକ୍ଷମ ହେଇପାରଛନ୍ତି ବୋଲି ଶିକ୍ଷାର୍ଥୀମାନେ ନିଜସ୍ୱ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମ ପାଇଁ ରୋଟାରୀ ଇ-କ୍ଲବ ଅଫ୍ ମହୋଦଧି ସଂପୂର୍ଣ୍ଣ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ। ଖୁବ୍ ଶୀଘ୍ର ଏହାର ଦ୍ୱିତୀୟ ବ୍ୟାଚ ଆରମ୍ଭ କରାଯିବ। ଏହି ତାଲିମରେ ଅଧିକରୁ ଅଧିକ ବସ୍ତିରୁ ପୁଲିସ ମିତ୍ରମାନଙ୍କୁ ବଛାଯିବାର ଯୋଜନା ରହିଛି। କମିସନରେଟ ପୁଲିସ ତରଫରୁ ସୁବାସ ଚନ୍ଦ୍ର ମହାନ୍ତି, ବିଜୟିନୀ ସିଂହ ଏବଂ ଟ୍ରଷ୍ଟ ତରଫରୁ ରାଜକୁମାର ସୂତାର ଓ ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-1-3.jpg)