ବାଳିକାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର: ବାଳିକାଙ୍କ ଦକ୍ଷତା ବିକାଶ ପାଇଁ ରୋଟାରି ଭବନରେ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆକ୍ସନ୍‌-ଏଡ୍‌ ୟୁନିସେଫ୍‌ ଏବଂ ସିସିଡବ୍ଲୁଡି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓର୍‌ମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ୍‌ ତାପସ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ, ଆଇଟିଆଇ ଅଧ୍ୟକ୍ଷ ଜିତାମିତ୍ର ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଆକ୍ସନ୍‌-ଏଡ୍‌ର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ସିସିଡବ୍ଲୁଡିର ନିର୍ଦ୍ଦେଶକ ସଦାଶିବ ସ୍ବାଇଁ, ଆକ୍ସନ୍‌-ଏଡ୍‌ର ରାଜ୍ୟ ପରିଚାଳକ ଘାସିରାମ ପଣ୍ଡା ପ୍ରମୁଖ ଭାଗ ନେଇଥିଲେ।

ଏହି ଅବସରରେ କୁହାଯାଇଥିଲା, ରାଜ୍ୟରେ ୧୦ ହଜାରରୁ ଅଧିକ ବାଳିକା ମା’ ଅଛନ୍ତି। ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ଆହ୍ବାନ ଦିଆଯାଇଥିଲା। ଖୋର୍ଧା ଜିଲ୍ଲା ସଂଯୋଜିକା ସ୍ବାତୀତନ୍ମୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା, ଭାସ୍କର ପ୍ରଧାନ ଧନ୍ୟବାଦ ଦେଇଥିଲା।

ସମ୍ବନ୍ଧିତ ଖବର