ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର: ପିସ୍‌ବେଲ୍‌ ଏବଂ ଟ୍ରେନ୍‌ର ମିଳିତ ଉଦ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର କେ-୬ କଳିଙ୍ଗବିହାରରେ ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ଓ ଦିବ୍ୟାଙ୍ଗମାନଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ମହିଳାମାନେ ନିଜର ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହୋଇପାରିଲେ ଏକ ସୁସ୍ଥ ସମାଜ ଗଠିତ ହୋଇପାରିବ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଉପମୁଖ୍ୟ ଶ୍ରମ କମିସନର ପ୍ରଦୀପ କୁମାର ରଥ, ଶିଶୁ ସୁରକ୍ଷା ସଂସ୍ଥାର ପ୍ରଶିକ୍ଷକ ପ୍ରିୟନାଥ ମିଶ୍ର, ସେନା ଅଧିକାରୀ ବୁଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପିସ୍‌ବେଲ୍‌ର ସଭାପତି ହରେକୃଷ୍ଣ ବେହେରା ଏହି କେନ୍ଦ୍ରର ଅନେକ ମହିଳାଙ୍କୁ ଆତ୍ମନିର୍ଭର ହେବାକୁ ସୁଯୋଗ ଦେବ ବୋଲି କହିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶିକା ଦୀପା ପାତ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ସହାୟତା କରିଥିଲେ। ସମ୍ପାଦିକା ରଶ୍ମିତା ବାରିକ ଧନ୍ୟବାଦ ଦେଇଥିଲେ। ରାକେଶ କୁମାର ମହାନ୍ତି, ସବିତାରାଣୀ ପୃଷ୍ଟି, ରମାକାନ୍ତ ପ୍ରଧାନ, ସସ୍ମିତା ପ୍ରଧାନ, ମମତାରାଣୀ ପାତ୍ର, ଲକ୍ଷ୍ମୀପ୍ରିୟା ବେହେରା, କୃଷ୍ଣଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର