ଆରମ୍ଭ ହେଲା ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ

୧୪ ରାଜ୍ୟର ବୁଣାକାର ଓ ଡିଜାଇନର୍‌ ସାମିଲ୍‌

ଭୁବନେଶ୍ବର: ‘ଓଡ଼ିଶା କଳା ଓ ହସ୍ତଶିଳ୍ପ ସମିତି’ ଅଧୀନ ସମଗ୍ର ଦେଶର କାରିଗରମାନେ ନିଜର ଆକର୍ଷଣୀୟ ଉତ୍ପାଦ ଯଥା ବନାରସୀ ସିଲ୍କ, ଗଡ୍‌ୱାଲ, ଧରମାଭରମ୍‌, ଗାମ୍‌ଦାନି, ଜମାୱାର ଓ ସମ୍ବଲପୁରୀ ଆଦିକୁ ନେଇ ଆଜି ‘ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ’ରେ ସାମିଲ ହୋଇଛନ୍ତି। ଆଜିଠାରୁ ହୋଟେଲ ନ୍ୟୁ ମ୍ୟାରିଅନ୍‌ରେ ଉଦ୍‌ଘାଟିତ ଏହି ପ୍ରଦର୍ଶନୀରେ ଦେଶର ୧୪ଟି ରାଜ୍ୟ ଯଥା, ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଓଡ଼ିଶା, ଛତିଶଗଡ଼, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଓ ବୁଣାକାରମାନଙ୍କ ସହଭାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡ଼ିକର ଅନେକ ଡିଜାଇନର୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନଜରରେ ରଖି ପ୍ରଦର୍ଶନୀରେ ଏଥିନିକ୍‌ ୱେଭ୍‌ସ୍‌, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦ ସହ ‌ଡ୍ରେସ୍‌ କପଡ଼ା, ସିଲ୍କ ଓ କଟନ ଶାଢ଼ି, ଫ୍ୟାସନ ଅଳଙ୍କାର, ହୋମ୍‌ ଫର୍ଣ୍ଣିସିଙ୍ଗ୍‌ ଓ ଡିଜାଇନର୍‌ ପୋଷାକ ଆଦି ଏଠାରେ ଉପଲବ୍ଧ ହେଉଛି। ଅତିନେତ୍ରୀ ଭୂମିକା ଦାସ ଓ ଦିବ୍ୟା ମହାନ୍ତି ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ବୁଣାକାରମାନଙ୍କ ପ୍ରୋତ୍ସାହିତ କରିବା ଓ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଆୟୋଜକ ମାନସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସିଧାସଳଖ ବୁଣାକାରମାନେ ଗ୍ରାହକଙ୍କ ପାଖରେ ସିଲ୍କ ଓ କଟନ୍‌ ଉତ୍ପାଦ ପହଞ୍ଚାଇବା ପ୍ରଦର୍ଶନୀର ଏକମାତ୍ର ଲକ୍ଷ୍ୟ। ପ୍ରଦର୍ଶିତ ହେଉଥିବା କଟକ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ସ୍ବତନ୍ତ୍ର ହାତ ତିଆରି ଶାଢ଼ି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଆସନ୍ତା ୩୧ ତାରିଖ ଯାଏ ପ୍ରତିଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ରାତି ସାଢ଼େ ୮ଟା ଯାଏ ପ୍ରଦର୍ଶନୀ ଖୋଲା ରହିବ। ବିନା ମାସ୍କରେ କୌଣସି ଗ୍ରାହକଙ୍କୁ ପ୍ରଦର୍ଶନୀରେ ପ୍ରବେଶର ଅନୁମତି ନାହିଁ।

ସମ୍ବନ୍ଧିତ ଖବର