କିଟ୍‌ ଓ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତାଭିତ୍ତିକ ତାଲିମ: କିଟ୍‍ ଓ ଏନ୍‍ବିସିସି ମଧ୍ୟରେ ବୁଝାମଣା

ଚନ୍ଦ୍ରଶେଖରପୁର: କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରି ସେମାନଙ୍କୁ ଶିଳ୍ପ ସଂସ୍ଥା ନିମନ୍ତେ ପ୍ରସ୍ତୁତ କରିବା ଲକ୍ଷ୍ୟରେ କିଟ୍‍ ଓ ନ୍ୟାସନାଲ୍‍ ବିଲଡିଂ କନ୍‍ଷ୍ଟ୍ରକ୍‍ସନ୍‍ କର୍ପୋରେସନ୍‍ (ଏନ୍‍ବିସିସି) ମଧ୍ୟରେ ଏକ ବୁଝାମଣା ମଙ୍ଗଳବାର ସ୍ୱାକ୍ଷରିତ ହୋଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିଟ୍‍ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଓ ଏନ୍‍ବିସିସି ପକ୍ଷରୁ ଏନବିସିସିର ମାନବ ସମ୍ବଳ ବିଭାଗ ଜେନେରାଲ୍‍ ମ୍ୟାନେଜର ଦେବାଶିଷ ଶତପଥୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ବୁଝାମଣାପତ୍ର ଅନୁଯାୟୀ, ଏନ୍‌ବିସିସି ପକ୍ଷରୁ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଶିଳ୍ପ ଆଧାରିତ ଇଣ୍ଟର୍ନସିପ୍‍ ପ୍ରଦାନ କରାଯିବ। ଏଥିରେ ଅନୁସୂଚିତ ଜାତି, ଜନଜାତି ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। ଏହି ଅବସରରେ ଶ୍ରୀ ସାମନ୍ତ କିଟ୍‍ କ୍ୟାମ୍ପସ୍‌ରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏନ୍‍ବିସିସିକୁ ଅନୁରୋଧ କରିଥିଲେ। ବୁଝାମଣା ଅନୁସାରେ, କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶ ତାଲିମ୍‌ ସହ ରାଜ୍ୟ ବାହାରେ ଥିବା ଏନ୍‍ବିସିସିର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିପାରିବେ। ଏଥିସହ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଏନ୍‍ବିସିସି ମଧ୍ୟରେ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ବୁଝାମଣାପତ୍ରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ଓ ଏନ୍‍ବିସିସି ପକ୍ଷରୁ ଜିଏମ୍‌ ଶ୍ରୀ ଶତପଥୀ ସ୍ବାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର