ଥାନା ଭିତରେ ଓକିଲଙ୍କୁ ଠୁଙ୍କି ଚାପୁଡ଼ା ମାରି ବେହୋସ କଲେ ପୁଲିସ୍ ବାବୁ

ନୂଆପଲ୍ଲୀ: ଥାନା ଭିତରେ ଓକିଲଙ୍କୁ ଚାପୁଡ଼ା ମାରିଲେ ପୁଲିସ ବାବୁ । ସୋର ଓ ନୂଆପଲ୍ଲୀ ପୁଲିସର ମାଡ଼ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଗତ ଜୁଲାଇ ୪ ତାରିଖରେ ବାଲେଶ୍ୱର ସୋର ପୁଲିସ ଓ ଭୁବନେଶ୍ୱର ନୂଆପଲ୍ଲୀ ଥାନା ପୋଲିସ କୌଣସି କାରଣ ନଥାଇ ଜଣେ ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କୁ କଲେଜ ଛକସ୍ଥିତ ତାଙ୍କ ଭଡ଼ା ଘରୁ ଉଠାଇ ନେଇଥିଲା । ଥାନରେ ନିସ୍ତୁକ ମାରିବା ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ।

ତେବେ ପୁଣି ମୁହଁରେ ପାଣି ଛାଟି ଚେତା ଫେରାଇବା ପରେ ମାଡ଼ ମାରିଛି ପୁଲିସ । ୧୨ ଘଂଟା ଧରି ଥାନା ଭିତରେ ଅଟକ ରଖିବା ସହ ପୋଲିସ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ମାଡ଼ର ପୂରା ସତ ଥାନାରେ ଲାଗିଥିବା ସିସିଟିଭରେ କଏଦ ହୋଇଛି ।

ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କ ମାଡ଼ ପ୍ରତିବାଦରେ ୯ ଦିନ ହେବ ଧାରଣାରେ ବସିଛନ୍ତି ଓକିଲ ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଓକିଲଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଓ ଏସଆଇ ଚନ୍ଦ୍ରଶେଖର ମହାନ୍ତିଙ୍କୁ ଅନ୍ୟତ୍ର ବଦଳି କରିଛି ।

ହେଲେ ମାଡ଼ ମାରିଥିବା ଅଧିକାରୀ ଚନ୍ଦ୍ରଶେଖର ମହାନ୍ତି ଓ ନୂଆପଲ୍ଲୀ ଥାନାର ପୁଲିସ କର୍ମଚାରୀ ବିନୋଦ କିଶୋର ବାଲ୍ଲାଙ୍କ ନିଲମ୍ବନ ଦାବି କରିଛି ଓକିଲ ସଂଘ । ଏପରିକି ଭୁବନେଶ୍ୱରରୁ ଆସିଥିବା ମହିଳା ରିମା ରାୟ ସପୃକ୍ତ ଓକିଲଙ୍କୁ ଗାଳି ଗୁଲଜ କରିଥିବାରୁ ତାଙ୍କ ଗିରଫ ଦାବି କରିଛି ।

ସମ୍ବନ୍ଧିତ ଖବର