ସହଯୋଗର ରୌପ୍ୟ ଜୟନ୍ତୀ ପାଳିତ

ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗିସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବାଇଧର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍‌ ଡ. କମଳା ପ୍ରସାଦ ମହାପାତ୍ର, କେନ୍ଦ୍ରୀୟ ବିଦ୍ୟାଳୟର ଆସିଷ୍ଟାଣ୍ଟ କମିସନର ଡ. ଦୁଃଶାସନ ଓଝା, ଷ୍ଟେଟ୍‌ବ୍ୟାଙ୍କର ଅବସରପ୍ରାପ୍ତ ଡିଜିଏମ୍‌ ନିମାଇଁ ଚରଣ ସାମଲ ଯୋଗ ଦେଇଥିଲେ। ଏହି ଅବସରରେ ଭୀମଟାଙ୍ଗି ଅଞ୍ଚଳର ବିଭିନ୍ନ ସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭାରେ ଭୀମଟାଙ୍ଗିର ବିଭିନ୍ନ ଅନୁଷ୍ଠାନର ସଭାପତି ଓ ସମ୍ପାଦଙ୍କୁ ସମ୍ମାନିତ କରାଯାଇଥିଲା। ସହଯୋଗର ସମ୍ପାଦକ ଆର୍ତତ୍ରାଣ ସେଠୀ, ସଭ୍ୟ ପ୍ରେମାନନ୍ଦ ସେଠୀ, ବନମାଳୀ ପାତ୍ର, ବିଶ୍ୱନାଥ ବେହେରା, ରାମଚନ୍ଦ୍ର ନାୟକ, ପି କେ ମହାପାତ୍ର, ଶିବ ପ୍ରସାଦ ନାୟକ, କରୁଣାକର ପଣ୍ଡା, କାଳୀପ୍ରସାଦ ମହାନ୍ତି, ରାମକୃଷ୍ଣ ମିଶ୍ର, ରଂଜନ ରାଉତ, ଗୌରହରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର