ଚନ୍ଦ୍ରଶେଖରପୁର : ରାସ୍ତା ପାଇଁ ବସ୍ତି ଉଚ୍ଛେଦ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ଥାନା ଅଧୀନ ରେଲୱେ କଲୋନି ରେଳ ଷ୍ଟାଡିୟମ୍ ନିକଟରୁ ଗୁରୁ କେଳୁଚରଣ ମହାପାତ୍ର ପାର୍କ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ପାଇଁ ବାଟ ଫିଟିଛି। ଏହି ରାସ୍ତାରେ ଜବରଦଖଲ ହୋଇଥିବା କିଛି ଅଂଶକୁ ଆଜି ବିଡିଏ ଓ ବିଏମ୍‌ସି ମିଳିତଭାବେ ଉଚ୍ଛେଦ କରିଛନ୍ତି। ଡମଣାରୁ ଏହି ଦୁଇ ଥାକିଆ ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ କେଳୁଚରଣ ପାର୍କ ନିକଟରୁ ରେଳୱେ ମାର୍କେଟ୍ ପର୍ଯ୍ୟନ୍ତ ଜବରଦଖଲ ହୋଇଥିଲା। ତେଣୁ ଦୁଇ ଥାକିଆ ରାସ୍ତା ପୂରା ହୋଇପାରିନଥିଲା। ତେଣୁ ଆଜି ଏହି ଅଂଶକୁ ଜବରଦଖଲମୁକ୍ତ କରାଯାଇଛି। ତେବେ ଉଚ୍ଛେଦ‌ ସମୟରେ ସ୍ଥାନୀୟ ବସ୍ତିବାସିନ୍ଦା ପ୍ରତିବାଦ କରିବାରୁ ଉତ୍ତେଜନା‌ ଦେଖାଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର