ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ଭୁବନେଶ୍ବର: ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ବସ୍ତିବାସିନ୍ଦାଙ୍କ ପାଇଁ କାମ କରୁଥିବା ଓଡ଼ିଶା ବସ୍ତି ସଂଘର୍ଷ ସମିତି ଆଜି ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପିଚିପିଚିଆ ଓ ଉତ୍ତରମୁଖୀ ବସ୍ତିର ଶତାଧିକ ବାସିନ୍ଦା ଆଜି ମାଷ୍ଟରକ୍ୟାଣ୍ଟିନଠାରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିଠାରେ ପହଞ୍ଚିଥିଲେ। ସେଠାରେ ପ୍ରତିବାଦ ସଭା କରି ସରକାରଙ୍କ ଜାଗା ଯୋଜନା ବସ୍ତିବାସିନ୍ଦାଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି। ବସ୍ତିବାସିନ୍ଦା କଲ୍ୟାଣ ନିଗମ ଗଠନ, ଓଡ଼ିଶା ମୁନିସିପାଲ କର୍ପୋରେସନ୍‌ ଆଇନ ଓ ଓଡ଼ିଶା ବସ୍ତିବାସିନ୍ଦା ଭୂ-ଅଧିକାର ଆଇନ ସଂଶୋଧନ କରି ୫ଟି ମହାନଗର ନିଗମକୁ ଅନ୍ତର୍ଭୁକ୍ତ କରିବା, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ‌ ଗୃହନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଆଦି ସମିତି ସଭାପତି ପ୍ରତାପ ସାହୁ, ଉପଦେଷ୍ଟା ପ୍ରଦୀପ ପ୍ରଧାନ, ପିଚିପିଚିଆ ନଗର ବସ୍ତି ସଭାନେତ୍ରୀ ବିଜୟଲକ୍ଷ୍ମୀ ବେହେରା, ଉତ୍ତରମୁଖୀ ବସ୍ତି ସଭାପତି ମୁରଲୀଧର ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର