ମଧ୍ୟରେ ୧୬୦ ବସ୍ତି, ୪୫ହଜାର ମତଦାତା

ଏକାମ୍ର: ୧୧୬ ପଞ୍ଜୀକୃତ ବସ୍ତି

ସେହିପରି ଭୁବନେଶ୍ବର ମଧ୍ୟରେ ଶାନ୍ତିପଲ୍ଲୀ, ସାଇନ୍ସପାର୍କ ବସ୍ତି, ହଳଦିପଡ଼ିଆ, ମାଳି ସାହି ଭଳି ବଡ଼ ବସ୍ତିକୁ ମିଶାଇ ୧୩୦ଟି ପଞ୍ଜୀକୃତ ଓ ୩୦ରୁ ଅଧିକ ଅଣପଞ୍ଜୀକୃତ ବସ୍ତି ରହିଛି। ପଞ୍ଜୀକୃତ ବସ୍ତିରେ ୨୧୨୦୬ ଘରେ ୭୫,୦୨୬ ଲୋକ ରହୁଛନ୍ତି। ଏଥିରୁ ପ୍ରାୟ ୪୫ହଜାରରୁ ଅଧିକ ହେଉଛନ୍ତି ମତଦାତା। ତେଣୁ ତିନି ଦଳର ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ବସ୍ତି ଅଞ୍ଚଳ ରହିଛି। ବସ୍ତିର ନେତା ଓ ବସ୍ତିବାସିନ୍ଦାଙ୍କ ସହ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କର ଭଲ ସମ୍ପର୍କ ଥିବାରୁ ଏହି ଭୋଟ୍‌ ହାତେଇବାକୁ ଦୁହିଁଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଏଠାରେ ଯିଏ ଅଧିକ ବସ୍ତି ଭୋଟ୍‌ ପାଇବ ସେ ହିଁ ବିଜୟ ମୁକୁଟ ପିନ୍ଧିବ। ଭୁବନେଶ୍ବର ମଧ୍ୟରେ ୨୦୦୯ରେ ୩୩.୭୮% ମତଦାନ ହୋଇଥିବାବେଳେ ୨୦୧୪ରେ ୪୧.୯୬% ମତଦାନ ହୋଇଥିଲା। ଏଠାରେ ବସ୍ତି ଭୋଟର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅନନ୍ତ ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଏବେ ୨ହଜାର ବସ୍ତିବାସିନ୍ଦାଙ୍କୁ ପକ୍କା ଘର ମିଳିଥିବାବେଳେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ, ବିଭିନ୍ନ ଭତ୍ତା ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି। ଅପରପକ୍ଷେ ବିଜେପି ପ୍ରାର୍ଥୀ ଜଗନ୍ନା‌ଥ କହୁଛନ୍ତି ୧୯ବର୍ଷର ସରକାର ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧାସୁଯୋଗ ଦେଇପାରିଲାନି ତେଣୁ ଏଥର ପରିବର୍ତ୍ତନ ଦରକାର। ୧୯ ବର୍ଷରେ ଡ୍ରେନ୍, ରାସ୍ତା, ପିଇବା ପାଣି, ପ୍ରତି ଘରକୁ ବିଦ୍ୟୁତ ସଂଯୋଗ ଦେଇପାରିଲେନି। ତେଣୁ ଏଥର ଆମକୁ ସୁଯୋଗ ଦିଅ। ଆମେ ତୁମକୁ ଘର ସହ ଜମି ପଟ୍ଟା, କେନ୍ଦ୍ର ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଦେବୁ। ଏପଟେ କଂଗ୍ରେସ ପ୍ରାର୍ଥୀ ରାଜୀବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଚାର କରିବା ସହ ନୂଆ ସୁଯୋଗ ଓ ସମ୍ଭାବନା ପାଇଁ କଂଗ୍ରେସକୁ ଭୋଟ୍‌ ଦେବାକୁ କହୁଛନ୍ତି।

ଏକାମ୍ର: ୧୧୬ ପଞ୍ଜୀକୃତ ବସ୍ତି

ଭୁବନେଶ୍ବର ଏକାମ୍ରରେ କାରଗିଲ୍‌ ବସ୍ତି, ମହିଷାଖାଲ ବସ୍ତି, ଝରଣା ବସ୍ତି, ରଘୁନାଥ ନଗର ବସ୍ତିି ଭଳି ବଡ଼ ବଡ଼ ବସ୍ତି ସମେତ ପ୍ରାୟ ୧୧୬ଟି ପଞ୍ଜୀକୃତ ବସ୍ତି ରହିଛି। ଏହାବାଦ୍‌ ୧୦ରୁ ୧୫ଟି ଅଣପଞ୍ଜୀକୃତ ବସ୍ତି ରହିଛି। ଯେଉଁଠି ୩୦ରୁ ୩୫ହଜାର ଭୋଟ୍‌ ରହିଛି। ଏହି ଅଞ୍ଚଳରେ ବସ୍ତି ଅପେକ୍ଷା ବହୁ ସ୍ଥାୟୀ ବାସିନ୍ଦା, ଗ୍ରାମାଞ୍ଚଳ ରହୁଥିବାରୁ ତିନି ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ରାମାଞ୍ଚଳ ଏବଂ ବସ୍ତି ଭୋଟର ହାତେଇବା ମୁଖ୍ୟ ଟାର୍ଗେଟ୍‌ ରହିଛି। ଅପରପକ୍ଷେ ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକାମ୍ରରେ ଅପେକ୍ଷାକୃତ ଅଧିକ ମତଦାନ ହେଉଥିବା ରେକର୍ଡ ଅଛି। ୨୦୦୯ରେ ୩୭.୨୧% ମତଦାନ ହୋଇଥିବାବେଳେ ୨୦୧୪ରେ ୪୫.୯୭% ମତଦାନ ହୋଇଥିଲା। ଏଥିରେ ବସ୍ତି ଭୋଟର ଓ ଗ୍ରାମାଞ୍ଚଳ ଭୋଟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ତିନି ପ୍ରାର୍ଥୀଙ୍କ ନଜର ଏହା ଉପରେ।

ଅପରପକ୍ଷେ ତିନି ଜଣ ଯାକ ପ୍ରାର୍ଥୀ ଏହି ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବାସିନ୍ଦା ଥିବାବେଳେ ଦୀର୍ଘ ଦିନ ହେଲା ସଂଗଠନ କରିଛନ୍ତି। ବିଜେପି ପ୍ରାର୍ଥୀ ଯଦିଓ ନୂଆ କରି ନିର୍ବାଚନ ଲଢ଼ୁଛନ୍ତି ସେ କିନ୍ତୁ ତାଙ୍କ ପୁରୁଣା ସଂଗଠନକୁ ଧରି ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଦୁଇ ଥର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କର ତାଙ୍କ ପ୍ରତି କିଛି ଅନୁକମ୍ପା ରହିଛି। ଆଉ ବିଜେଡି ପ୍ରାର୍ଥୀ ଗତ କିଛି ବର୍ଷ ମଧ୍ୟରେ ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ େଯାଜନାକୁ ବସ୍ତିବାସିନ୍ଦାଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ପହଞ୍ଚାଇଥିବାରୁ ସେ ତାହାକୁ ଆଳ କରି ଭୋଟ୍‌ ବି ମାଗୁଛନ୍ତି।

ସମ୍ବନ୍ଧିତ ଖବର