ଚନ୍ଦ୍ରଶେଖରପୁର: ଚେନ୍ନାଇର ସତ୍ୟଭାମା ବିଶ୍ବବିଦ୍ୟାଳୟ ଓ ଭୁବନେଶ୍ବର ସି ଭି ରମଣ କଲେଜ୍ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଏଆଇସିଟିଇ ପକ୍ଷରୁ ଆୟୋଜିତ ଜାତୀୟ ଡିଜିଟାଲ୍ ପ୍ରତିଯୋଗିତା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୧୯ରେ କିଟ୍ ବିଶ୍ବବିଦ୍ୟାଳୟ ୨ଟି ଦଳ ବିଜୟୀ ହୋଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ହାକାଥନ୍ରେ କମ୍ପ୍ୟୁଟର ସାଇନ୍ସ୍ ବିଭାଗ ଛାତ୍ର ଶୁଭମ୍ କୁମାର ସାହୁଙ୍କ ନେତୃତ୍ବରେ ରାଜ ବାବୁ ଦାସ, ଏକତା ପ୍ରକାଶ, ଶୁଭଶ୍ରୀ ଦାସ, ସ୍ମିତି ଓଝା ଏବଂ ଶ୍ରୀଜନ ବାସୁଙ୍କ ଟିମ୍ ‘ଦି ପୋନିକ୍ସ ଟେକ୍’ ଶ୍ରମିକମାନଙ୍କ ପାଇଁ ଅଭିଯୋଗ ପଞ୍ଜୀକରଣ ପୋର୍ଟାଲ୍ ତିଆରି କରି ବିଜୟୀ ହୋଇଛନ୍ତି। ସେମାନଙ୍କୁ ସାର୍ଟିଫିକେଟ୍ ଓ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ସି.ଭି.ରମଣ କଲେଜରେ ଅନୁଷ୍ଠିତ ହାକାଥନ୍ ପ୍ରତିଯୋଗିତାରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଅନ୍ୟ ଏକ ଦଳ ଶୁଭମ୍ କୁମାର ଦାସଙ୍କ ନେତୃତ୍ବରେ ସମରେନ୍ଦୁ ଚନ୍ଦ୍ର ଦାସ, ସିଦ୍ଧାର୍ଥ ମହାପାତ୍ର, ଶୈଳେଶ ଦ୍ବିବେଦୀ, ଶ୍ବେତା ପତି ଏବଂ ସୌରଭ ପଟ୍ଟନାୟକଙ୍କ ଟିମ୍ ‘ଗ୍ରାଟିଏଁଟ୍ସ’ ବଡ଼ ସହରରେ ବିଭିନ୍ନ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କିପରି ପରିବହନ ବ୍ୟବସ୍ଥା ବ୍ୟବସ୍ଥିତ ଓ ଶୃଙ୍ଖଳିତ କରାଯାଇପାରିବ ତାହାର ସମସ୍ୟା ପାଇଁ ଏକ ସଫ୍ଟୱେର୍ ପ୍ରସ୍ତୁତ କରିବାରେ ସଫଳ ହେବା ସହ ପୁରସ୍କୃତ ହୋଇଛନ୍ତି। ସେମାନଙ୍କୁ ପୁରସ୍କାର ବାବଦରେ ସାର୍ଟିଫିକେଟ୍ ଓ ନଗଦ ୭୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଉଭୟ ଦଳର ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସ୍ମାର୍ଟ ଇଣ୍ଡିଆ ହାକାଥନ୍, କିଟ୍ର ଦୁଇଟି ଦଳ ବିଜୟୀ
/sambad/media/post_attachments/wp-content/uploads/2019/03/Untitled-25-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)