‘କ୍ରୁଟ୍‌’କୁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନ୍‌କ୍ଲୁସିଭ୍ ସିଟିଜ୍ ଆୱାର୍ଡ

ଭୁବନେଶ୍ୱର: ‘ମୋ ବସ୍’ ସେବାରେ ଯାତ୍ରୀଙ୍କୁ ଅଭିନବ ଓ ନିରାପଦ ଯାତ୍ରାର ଅନୁଭୂତି ଦେଉଥିବାରୁ କ୍ରୁଟ୍‌କୁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। କ୍ରୁଟ୍ ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା, ଯାହାକି ବରିଷ୍ଠ ନାଗରିକଙ୍କ ପାଇଁ ସଂରକ୍ଷିତ ସିଟ୍ ସହ ଟିକେଟ୍ ମୂଲ୍ୟରେ ୫୦% ରିହାତି ଦେଉଛି। ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ, ଭିନ୍ନକ୍ଷମ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ ରହିଛି।

କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍ ସେବା ସବୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପରିବହନକୁ ବ୍ୟବହାର କଲେ ଟ୍ରାଫିକ୍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ‘ମୋ ବସ୍‌’କୁ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ପାଇଁ କ୍ରୁଟ୍‌କୁ ଜାତୀୟ ସମ୍ମାନ ମିଳିପାରିଛି ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମତପ୍ରକାଶ କରିଛନ୍ତି। କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଦୀପ୍ତି ମହାପାତ୍ର ଖୁସି ବ୍ୟକ୍ତ କରିବା ସହ ଯାତ୍ରୀମାନଙ୍କୁ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାରେ ଆମେ କାର୍ଯ୍ୟରତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର