ଭୁବନେଶ୍ୱର : ସ୍ମାର୍ଟ ଜନପଥରେ ଏବେ ଅନ୍ଧାର ରାଜୁତି କରୁଛି। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍ଲାଇଟ୍ ଜଳୁନି। ଜନପଥ ସ୍ମାର୍ଟ ହେବା ବଦଳରେ ଉପାନ୍ତ ଅଞ୍ଚଳର ରାସ୍ତା ପାଲଟି ଯାଇଛି। ଖାଲଖମାରେ ଭର୍ତ୍ତି ହୋଇଥିବା ଅଧା ରାଜପଥ ଏବେ ଅନ୍ଧାର ହୋଇଯାଇଥିବାରୁ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଏପରିକି ସ୍ମାର୍ଟ ଜନପଥର ଝଲକ ଦେଖାଯାଉଥିବା ଶିଶୁଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ବି ଅନ୍ଧାର ହୋଇଯାଇଛି।
/sambad/media/post_attachments/wp-content/uploads/2020/09/janapath-4-300x170.jpg)
ଶିଶୁଭବନ ଛକ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ପାଲଟିଥିବା ବେଳେ ଏହା ସବୁଠୁ ପସନ୍ଦର ସେଲ୍ଫି ଜୋନ୍ ପାଲଟିଛି। କିନ୍ତୁ ଏହି ଅଞ୍ଚଳ ଅନ୍ଧାର ହୋଇଯିବାରୁ ବହୁ ଲୋକ ଏବେ ଏଠାକୁ ଆସି ଫେରି ଯାଉଛନ୍ତି। ଏପରିକି ଏହି ଅଞ୍ଚଳ ଅନ୍ଧାର ହୋଇଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଭିଡ଼ ଜମିଲାଣି। ସ୍ମାର୍ଟ ଜନପଥ ଅନ୍ଧାର ହୋଇଯାଇଥିଲେ ବି ଏହାର ଆଲୋକୀକରଣ ନେଇ ନା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ନା ବିଏମ୍ସି, କେହି ବି ପଦକ୍ଷେପ ନେଉନାହାନ୍ତି।
/sambad/media/post_attachments/wp-content/uploads/2020/09/janapath1-300x200.jpg)
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ସ୍ମାର୍ଟ ଜନପଥ କାମ ଚାଲିଛି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର କାମ ଚାଲିଛି। ମଝିରେ ଡିଭାଇଡରଗୁଡ଼ିକର ଓସାର କମା ଯାଉଛି। ତେଣୁ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ତାର କଟିଯାଇଛି। ସ୍ମାର୍ଟ ଜନପଥ କାମ ସରିବା ପର୍ଯ୍ୟନ୍ତ ଜନପଥ ଅନ୍ଧାର ରହିବ। ବିଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଏଭଳି ଉତ୍ତର ଶୁଣିବା ପରେ ଲାଗୁଛି ଯେ ଜାନୁଆରି ପୂର୍ବରୁ ସ୍ମାର୍ଟ ଜନପଥରେ ଷ୍ଟ୍ରିଟ ଲାଇଟ୍ ଜଳିବା ସମ୍ଭାବନା କମ୍। ଏପଟେ ସ୍ମାର୍ଟ ଜନପଥ ଅନ୍ଧାର ହେବା ପରେ ବି ବିଏମ୍ସି ଏନେଇ କିଛି ପଦକ୍ଷେପ ନେଉନି। ଯଦି ମାଟି ତଳେ ପୋତା ହୋଇଥିବା ତାର କଟିଯାଇଛି, ତେବେ କ’ଣ ଉପରେ ତା’ର ଟାଣି ଷ୍ଟ୍ରିଟ ଲାଇଟ୍ ଜଳାଇ ହେବନି। ବିଭିନ୍ନ କେବୁଲ୍ ସଂସ୍ଥା ଷ୍ଟ୍ରିଟଲାଇଟ୍ ଖୁଣ୍ଟରେ ତାର ଟାଣି ସେବା ଯୋଗାଉଥିଲେ ହେଁ ବିଏମ୍ସି କାହିଁକି ଉପରେ ଟାଣି ଲାଇଟ୍ ଜଳାଇ ପାରିବନି ବୋଲି ପ୍ରଶ୍ନ ଉଠିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/janapath2.jpg)