ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଲୋକସେବା ଭବନ ମିନି ଷ୍ଟାଡିୟମ୍ରେ ଚାଲିଥିବା ଏସ୍ଏମସିଏ କପ୍ ଅନ୍ତଃବିଭାଗୀୟ କ୍ରିକେଟ୍ରେ ଆଇନ ବିଭାଗ ୧୦ ରନ୍ରେ ଜଳସମ୍ପଦ ବିଭାଗକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆଇନ୍ ବିଭାଗ ୬୨ ରନ୍ କରିଥିବା ବେଳେ ରାମଚନ୍ଦ୍ର ମାଝୀ ୨୧ ରନ୍ କରିଥିଲେ।
ଜବାବରେ ଜଳ ସମ୍ପଦ ବିଭାଗ ୫୨ ରନ୍ରେ ଅଟକିଯାଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରି ଜର୍ଜ ଦେବୀଦତ୍ତ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଭାଗୀୟ ପ୍ରମୁଖ ସଚିବ ଧନେଶ୍ବର ମଲ୍ଲିକଙ୍କଠାରୁ ଗ୍ରହଣ କରିଥିଲେ। ୩ ଜଣ ଅତିରିକ୍ତ ଶାସନ ସଚିବ ମାନସ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ପ୍ରଣୟ କୁମାର ଦାସ ପ୍ରମୁଖ ମଧ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।