ଗ୍ରେଟ୍ ଇଣ୍ଡିଆନ୍ ବୁକ୍ ଅଫ୍‌ ରେକର୍ଡସରେ ସ୍ମିତା

ଭୁବନେଶ୍ବର: ଦୁର୍ଗାଚରଣ ବେହେରାଙ୍କ ଝିଅ ସ୍ମିତାରାଣୀ ବେ‌ହେରା ମାତ୍ର ୧.୫ ସେଣ୍ଟିମିଟର ଲମ୍ବ ଚକ୍ ଖଣ୍ଡରେ ପ୍ରଭୂ ଜଗନ୍ନାଥଙ୍କ ମୂର୍ତ୍ତୀ ଗଢ଼ିବା ସହିତ ଅନାବଶ୍ୟକ ସାମଗ୍ରୀ ତଥା ଧୂପକାଠି, କାର୍ଡବୋର୍ଡ ଇତ୍ୟାଦିରେ ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଏହି ରଥର ଉଚ୍ଚତା ଥିଲା ୪ ସେଣ୍ଟିମିଟର। ଏହି କଳାକୃତି ଯୋଗୁଁ ସେ ଗ୍ରେଟ୍ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।

ଏହା ପୂର୍ବରୁ ମଧ୍ୟ ସ୍ମିତା ବିଭିନ୍ନ କ୍ଷୁଦ୍ର କଳାକୃତି ତିଆରି କରି ଉଚ୍ଚ ପ୍ରଶଂସିତ ହୋଇ ସାରିଛନ୍ତି। ସେ ମଧ୍ୟ ମାତ୍ର ୨ ସେଣ୍ଟିମିଟରର ଟିସୁ ପେପରରେ ଜଗନ୍ନାଥ ମୂର୍ତ୍ତୀ ନିର୍ମାଣ କରିଛନ୍ତି। ସେହିଭଳି ୪ ସେଣ୍ଟିମିଟର ଚକ୍ ଖଣ୍ଡରେ ପ୍ରଭୂ ଜଗନ୍ନାଥଙ୍କ ଗଜାନନ ବେଶ ନିର୍ମାଣ କରିବାର ଗୌରବ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର