ନୂଆଦିଲ୍ଲୀ: ଛୋଟ ହେୟାର୍-କଟ୍ରେ ନଜର ଆସିଲେ ଟିଭି ପରଦାର ସୁନାନାକି ବୋହୂ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ରବିବାର ସେଲୁନ୍ ସେକ୍ସନ୍ ସାରି ଫେରିବା ସମୟରେ ନିଜ ନୂଆ ହେୟାର୍ କଟ୍ର ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିବା ସହ ଖୁବ୍ ମନ ଦୁଃଖ କରିଥିଲେ। କାରଣ ଏହାପରେ ତାଙ୍କୁ କେଶ ସବୁକୁ ବାନ୍ଧି ଖୋସା କରିବାକୁ ପଡ଼ିବ। ନୂଆ ହେୟାର କଟ୍ ସହ ସେ ନିଜର ଏକ ସେଲ୍ଫି ଇନ୍ଷ୍ଟାଗ୍ରାମ୍ରେ ସେୟାର କରିବା ସହ କ୍ୟାପ୍ସନ୍ରେ ଲେଖିଥିଲେ, ‘ନୂଆ ହେୟାର୍କଟ୍ କଲି, ଯାହାକୁ କାଲି ପୁଣି ବାନ୍ଧି ଦେବାକୁ ପଡ଼ିବ’।
ଜଣେ ରାଜନେତାର ବେଶ ପୋଷାକ ଭିତରେ ସେ ନିଜର ଅଭିନେତ୍ରୀ ଓ ଗ୍ଲାମର୍ ରୂପକୁ କିପରି ଜଳାଞ୍ଜଳି ଦେଇଛନ୍ତି, ଏଥିରୁ ତାହା ବାରି ହେଉଛି। ରବିବାରିଆ ଛୁଟିକୁ ଉପଭୋଗ କରିବାକୁ ସେ ପୁଣି ଅଟୋ ସବାରି ମଧ୍ୟ କରିଛନ୍ତି। ଅଟୋ ଓ ଅଟୋଚାଳକର ଫଟୋ ଇଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରି ସେ ଲେଖିଛନ୍ତି ‘ବହୁ ଦିନ ପରେ, ଅଟୋ ସବାରି’। ଏଥିରୁ ସ୍ମୃତିଙ୍କ ସରଳ ସ୍ବଭାବର ପରିଚୟ ମିଳୁଛି। ଫ୍ୟାନ୍ମାନେ ବି ତାଙ୍କର ଏହି ଦୁଇ ଫଟୋକୁ ବେଶ୍ ପସନ୍ଦ କରିଛନ୍ତି। ପ୍ରକାଶ ଥାଉ କି, ଇନ୍ଷ୍ଟାଗ୍ରାମ୍ରେ ସ୍ମୃତିଙ୍କର ୭ ଲକ୍ଷରୁ ଊର୍ଧ୍ବ ଫଲୋଅର୍ ଅଛନ୍ତି।