ଭୁବନେଶ୍ବର : ଯୁବକଙ୍କୁ ତମ୍ପ ସାପ କାମୁଡ଼ିବା ପରେ ମନ୍ଦିର ପୂଜକ ଝଡ଼ାଫୁଙ୍କା କରିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ। ଗତ ୧୮ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବର ଆଧାରରେ ରାଜ୍ୟ ମାନବଧିକାର କମିସନ ମାମଲା ରୁଜୁ କରିବା ସହ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଡିଏଫ୍ଓ ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁଠାରୁ ରିପୋର୍ଟ ତଲବ କରିଛନ୍ତି। ଏଭଳି ଅନ୍ଧବିଶ୍ବାସକୁ ନେଇ ସଚେତନତା ସୃଷ୍ଟି କରାଯାଉଛି କି ନାହିଁ, ଏଭଳି ଘଟଣା ଘଟିଲେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଏହା ଉପରେ ରିପୋର୍ଟ ଦାଖଲ କରିବାକୁ ତିନି ଅଧିକାରୀଙ୍କୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି। ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗୀର ଲିପୁ ନାୟକ ଗତ ୧୮ ତାରିଖ ଦିନ ମାଛ ଧରିବାକୁ ପୋଖରୀକୁ ଯାଇଥିଲେ। ସେଠାରେ ଏକ ତମ୍ପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ପରିବାର ସଦସ୍ୟ ଲିପୁଙ୍କ ଗୋଡ଼ରେ ପାଳ ଦଉଡ଼ି ବାନ୍ଧି ଗାଁ ନୀଳକଣ୍ଠେଶ୍ୱର ମନ୍ଦିରକୁ ନେଇ ଯାଇଥିଲେ। ସେଠାରେ ପୂଜକ ଝଡ଼ାଫୁଙ୍କା କରିଥିଲେ। କୂଅରୁ ପାଣି କାଢ଼ି ତାଙ୍କ ମୁଣ୍ଡରେ ଢାଳିଥିଲେ। ହେଲେ ଲିପୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବାରୁ ପରିବାରଲୋକ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଯାଇଥିଲେ। ଡାକ୍ତର ତୁରନ୍ତ ତାଙ୍କୁ ଆଣ୍ଟି ସ୍ନେକ୍ ଆଣ୍ଟିଭେନମ୍ ଇଞ୍ଜେକ୍ସନ ଦେବାରୁ ସେ ବଞ୍ଚି ଯାଇଥିଲେ। ଏ ନେଇ ସ୍ନେକ୍ ହେଲ୍ପ-ଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଝଡ଼ାଫୁଙ୍କା ଓ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ତମ୍ପ କାମୁଡ଼ିବା ପରେ ଝଡ଼ାଫୁଙ୍କା ପ୍ରସଙ୍ଗ: ପିସିସିଏଫ୍, ଡିଏଫ୍ଓ, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ
/sambad/media/post_attachments/wp-content/uploads/2021/05/snake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)