ରୋଷେଇ ଘରୁ ୫ ଫୁଟିଆ ନାଗ ଉଦ୍ଧାର

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆଜି ଦୁଇଟି ନାଗସାପ ଉଦ୍ଧାର ହୋଇଛି। ଆଜି ମଧ୍ୟାହ୍ନରେ ଯଶୁଆପୁର ଗ୍ରାମର ବିଜୟଲକ୍ଷ୍ମୀ ପଣ୍ଡା ରୋଷେଇ କରୁଥିବା ବେଳେ ଚାଳିଘର ଭିରରେ ପ୍ରାୟ ସାଢ଼େ ୫ ଫୁଟ ଲମ୍ବର ଏକ ନାଗ ସାପ ଦେଖି ଚିତ୍କାର କରିଥିଲେ। ପରିବାର ଲୋକ ଏ ସଂପର୍କରେ ତୁରନ୍ତ ସ୍ନେକ୍‌ ହେଲପଲାଇନର ସ୍ଥାନୀୟ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। ଖବର ପାଇ ବିରଞ୍ଚି ସେଠାରେ ପହଞ୍ଚି ସାପଟିକୁ ଧରି ନେଇ ଅନ୍ୟତ୍ର ଛାଡ଼ି ଦେଇଥିବା କହିଛନ୍ତି। ଏଥିପୂର୍ବରୁ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବିରଞ୍ଚି ଅନୁରୂପ ଭାବେ ସାତକାଣିଆ ଗ୍ରାମର କାହ୍ନ ଚରଣ ସାହୁଙ୍କ ଜିଆଖତ ଟାଙ୍କି ପାର୍ଶ୍ୱରେ ଥୁଆ ହୋଇଥିବା କମ୍ପୋଷ୍ଟ ବସ୍ତା ଗଦା ଭିତରୁ ଆଉ ଏକ ୪ ଫୁଟିଆ ନାଗ ସାପ ଉଦ୍ଧାର କରି ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର