ଭୁବନେଶ୍ୱର: ବୋମିଖାଲ ଅଞ୍ଚଳର ଏକ ମହିଳା ହଷ୍ଟେଲରୁ ରବିବାର ଏକ ସାପ ଉଦ୍ଧାର କରାଯାଇଛି। ରବିବାର ହେତୁ ସକାଳୁ ସମସ୍ତେ ନିଜ ବିଛଣା ଓ ରୁମ୍ ସଫାସୁତୁରା କରୁଥିବା ସମୟରେ ହଷ୍ଟେଲରେ ରହୁଥିବା ଜ୍ୟୋତି ନାମ୍ନୀ ଜଣେ ଝିଅ ହଠାତ୍ ସାପସାପ ବୋଲି ଚିତ୍କାର କରିବାକୁ ଲାଗିଲା। କେଉଁ ପ୍ରଜାତିର ତାହା ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଖଟ ତଳେ ସେହି ସାପଟି ପଶି ଯାଇଥିଲା। ଏହାକୁ ଦେଖି ହଷ୍ଟେଲ ଭିତରେ ଥିବା ସମସ୍ତ ପିଲାଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଯିଏ ଯେଉଁଆଡେ ପାଇଲେ ଦୌଡ଼ିବାକୁ ଲାଗିଥିଲେ। ଆଉ କେହି କେହି ନିଜ ସାଙ୍ଗସାଥୀଙ୍କୁ ଘଟଣା ସମ୍ପର୍କରେ କହି ମଜା ନେଉଥିବା ବେଳେ, ଆଉ କେତେକ ପିଲା ଭୟରେ ଗୋଟିଏ କୋଣରେ ଛିଡା ହୋଇଥିଲେ।
/sambad/media/post_attachments/wp-content/uploads/2018/01/26941803_940864336079751_266266444_o-300x298.jpg)
ତେବେ ସାପ ପିଶିବା ଘଟଣା ସମ୍ପର୍କରେ ସଙ୍ଗେସଙ୍ଗେ ହଷ୍ଟେଲ ମାଲିକଙ୍କୁ ପିଲାମାନେ ଜଣାଇବା ପରେ ସେ ବି ଭୟଭୀତ ହୋଇପଡ଼ିଥିଲେ। ସାପକୁ ଆସି ଦେଖିବାକୁ ଚେଷ୍ଟା କରିଥିଲେ ଓ ବାହାର କରିବାକୁ ଉଦ୍ୟମ କରୁଥିଲେ। ରୁମ୍ ଭିତରେ ବିଭିନ୍ନ ସାମଗ୍ରୀ ଭର୍ତ୍ତି ଥିବା ହେତୁ ସାପଟି ଆଉ କେଉଁ ଆଡେ ଚାଲିଯିବ, ସେଠାରୁ ବାହାର କରିବାରେ ଅସୁବିଧା ହେବ ବୋଲି ଭାବି ହଷ୍ଟେଲ ମାଲିକ ତୁରନ୍ତ ସ୍ନେକ୍ ହେଲପ୍ ଲାଇନ୍କୁ ଫୋନ୍ କରି ଜଣାଥିଲେ। ସାପ ଧରାଳି ବସନ୍ତ ୫ମିନିଟ୍ ଭିତରେ ହେଷ୍ଟଲରେ ଆସି ପହଞ୍ଚିଥିଲେ। ସେ ପିଲାଙ୍କୁ ଭୟ ନକରି ସ୍ଥିର ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବସନ୍ତ ଖଟ ତଳୁ ୫ଫୁଟ ଲମ୍ବର ସାପକୁ ଉଦ୍ଧାର କରିଥିଲେ।
/sambad/media/post_attachments/wp-content/uploads/2018/01/2-4-202x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/26854876_940863356079849_1553660315_o.jpg)