ସଙ୍ଗରୋଧ କେନ୍ଦ୍ରରେ ନାଗ

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ପୂରଣପଧାନ ପଞ୍ଚାୟତ ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜ ସଙ୍ଗରୋଧ କେନ୍ଦ୍ର ନିକଟ ଶିଡ଼ିଘରୁ ଆଜି ଗୋଟିଏ ସାଢ଼େ ୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି । ଅପରାହ୍ନ ସାଢ଼େ ୪ଟା ବେଳେ ନାଗ ସାପଟିକୁ ଶିିଡ଼ି ତଳେ ଦେଖି ଦାୟିତ୍ବରେ ଥିବା କର୍ମଚାରୀ ଏବଂ କେନ୍ଦ୍ରରେ ଥିବା ବ୍ୟକ୍ତିମାନେ ଆତଙ୍କିତ ହୋଇପଡ଼ିଥିଲେ। ଏ ସଂପର୍କରେ ନର୍ସିଂ କଲେଜ କର୍ତୃପକ୍ଷ ସ୍ନେକ ହେଲ୍‌ପଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ କାବୁ କରି ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା ଜଣାଇଛନ୍ତି।

ସମ୍ବନ୍ଧିତ ଖବର