ଜୋତାରୁ ବାହାରିଲା ସାପ ମୁଣ୍ଡ

ଭୁବନେଶ୍ୱର : ଓୟୁଏଟି କଲୋନିରେ ରହୁଥିବା ରମାରଞ୍ଜନ ମହାନ୍ତି ଆଜି ସକାଳେ ରମା ନିଜ ସାଙ୍ଗକୁ ଖଣ୍ଡଗିରି ଛକରୁ ଆଣିବାକୁ ନିଜ ଗାଡ଼ିରେ ତର ତର ହୋଇ ବାହାରି ଯାଇଥିଲେ। କିଛି ବାଟ ଗଲା ପରେ ତାଙ୍କ ଜୋତା ଭିତରେ କିଛି ପଶିଥିବା ଭଳି ତାଙ୍କର ସନ୍ଦେହ ହୋଇଥିଲା।

ପାଦ ଅଧିକ କାଟିବାରୁ ବାଧ୍ୟ ହୋଇ ସେ ଜୋତା ଖୋଲିଥିଲେ। ଆଉ ଜୋତା ଖୋଲି ଯାହା ଦେଖିଲେ ସେ ଅବାକ୍‌ ହୋଇଯାଇଥିଲେ। ଭୟରେ ତାଙ୍କ ଦେହ ଶିହରି ଉଠିଥିଲା। ରକ୍ତ ଲଗା ଏକ ଅଧା କଟା ସାପ ମୁଣ୍ଡ ତାଙ୍କ ଜୋତା ଭିତରେ ଥିଲା। ହୁଏତ କୌଣସି ବିଲେଇ କିମ୍ବା କୁୁୁକୁର ସାପଟିକୁ ମାରି ଜୋତା ଭିତରେ ରଖି ଦେଇପାରିଥାଏ ବୋଲି ସେ ସନ୍ଦେହ କରିଥିଲେ। କିନ୍ତୁ ସାପଟି କାଳେ ବିଷାକ୍ତ ହୋଇଥିବା ରମା ସ୍ନେକ ହେଲ୍ପ ଲାଇନ୍‌ର ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ। ଶୁଭେନ୍ଦୁ ମୃତ ସାପଟିକୁ ଉଦ୍ଧାର କରିବା ସହ ଏହା ଏକ ବିଷହୀନ କଉଡ଼ିଆ ଚିତି ବୋଲି ଚିହ୍ନଟ କରିଥିଲେ। ଏହାପରେ ରମା ଆଶ୍ୱସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର