ଭୁବନେଶ୍ବର: ଏୟାରପୋର୍ଟ ପରିସରସ୍ଥ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଫିଲିଙ୍ଗ ଷ୍ଟେସନ ମଧ୍ୟରେ ଥିବା ବୁଦା ମଧ୍ୟରେ ନାଗସାପ ଓ ନେଉଳ ମଧ୍ୟରେ ଲଢ଼େଇ ଯୋଗୁଁ ସାପଟି ଆହତ ହୋଇଥିଲା। ଏହା ଦେଖିବା ପରେ କର୍ମଚାରୀମାନେ ବୁଦା ନିକଟକୁ ଚାଲି ଆସିବାରୁ ନେଉଳ ସାପକୁ ଛାଡ଼ି ପଳାଇଥିଲା। ମାତ୍ର ୩ ଫୁଟ ଲମ୍ବର ନାଗ ସାପଟି ଦୀର୍ଘ ସମୟ ଫଣା ଟେକି ଫଁ ଫଁ ହେଉଥିଲା। ଏହା ଦେଖିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ର ଜଣେ କର୍ମଚାରୀ ସ୍ନେକ୍ ହେଲ୍ପ ଲାଇନ୍କୁ ଫୋନ୍ କରିଥିଲେ। ଏ ସମ୍ପର୍କରେ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପର ମୁଣ୍ଡ ଉପରେ ଓ ପାଟି ତଳେ ଖଣ୍ଡିଆ ହୋଇଯାଇଥିଲା। ଆଜି ଓୟୁଏଟି ବନ୍ଦ ଥିବାରୁ ଆସନ୍ତାକାଲି ଆହତ ନାଗକୁ ଭେଟେରିନାରି କଲେଜ୍କୁ ଚିକିତ୍ସା ପାଇଁ ନିଆଯାଇ ତା’ର ଚିକିତ୍ସା କରାଯିବ ବୋଲି ଶୁଭେନ୍ଦୁ କହିଛନ୍ତି।
ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ନିକଟରେ ନାଗ-ନେଉଳ ଲଢ଼େଇ
/sambad/media/post_attachments/wp-content/uploads/2019/12/cgj654gj7dg98j7g56j74gc65jg65cfj4fgjfgjsdjdgngunnyytenyweywewnywe.jpg)