ଭୁବନେଶ୍ୱର: ବୁଧବାର ରାତିରେ ଏକ ସାଢ଼େ ୪ ଫୁଟ ଲମ୍ବର ନାଗ ବେସିନ୍ ପାଇପ୍ରେ ଫସି ପ୍ରାଣ ହରାଇଛି। ବାଲିଅନ୍ତାସ୍ଥିତ ସିଟି ହୋମ୍ କଲୋନିର ସୁନିଲ କୁମାର ସାହୁଙ୍କ ଘର ଭିତରେ ଥିବା ବେସିନ୍ରୁ ଡ୍ରେନ୍କୁ ସଂଯୋଗ କରୁଥିବା ପାଇପ୍ ଭିତରେ ସାପଟି ବାହାରପଟୁ ପଶିବା ପରେ ଆଉ ବାହାରି ପାରିନଥିଲା। ବରଂ ଅଧିକ ଭିତରକୁ ଯାଇ ଫସି ରହିଥିଲା। ଏହା ସୁନିଲଙ୍କ ପରିବାରର ନଜରକୁ ଆସିବା ପରେ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ଅରୁଣ ବରାଳ ଘଟଣା ସ୍ଥଳରେ ପହଞ୍ଚି ସାପକୁ ପାଇପ୍ ସହ ଉଦ୍ଧାର କରିଥିଲେ। ପରେ ସ୍ନେକ୍ ହେଲ୍ପଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହଯୋଗରେ ସାପକୁ ଆଣି ଏକ୍ସ-ରେ କରାଯାଇଥିଲା। ତେବେ ରାତି ୧୦ଟା ହୋଇଯିବାରୁ ତାକୁ କାଲି ରଖାଯିବା ପରେ ଆଜି ସକାଳେ ଓୟୁଏଟି ଭେଟେରିନାରିକୁ ନିଆଯାଇଥିଲା। ମାତ୍ର ସାପଟି ସେତେବେଳକୁ ମରି ସାରିଥିଲା। ଡ.ଆଦିତ୍ୟ ଆଚାର୍ଯ୍ୟ, ସହଯୋଗୀ ପ୍ରଫେସର ଡ.ପ୍ରସନ୍ନ କୁମାର ରଥ, ଡ.ଜସ୍ମିନ ପାମିଆ ଏବଂ ଡ.ଡିପି ଦାସ ମୃତସାପର ବ୍ୟବଚ୍ଛେଦ କରିଥିଲେ। ପାଇପ୍ ଭିତରେ ଫସିଯିବା ପରେ ତାର ଫୁସ୍ଫୁସ୍ ଓ ଯକୃତ ଫାଟି ଯିବାରୁ ସାପଟିର ମୃତ୍ୟୁ ହୋଇଥବା ଡ.ଆଚାର୍ଯ୍ୟ କହିଥିଲେ।
ବେସିନ୍ ପାଇପ୍ରେ ଫସି ନାଗ ମଲା
/sambad/media/post_attachments/wp-content/uploads/2018/01/satya-marithiba-naga-sapara-X-RAY-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)