ସାଉଣ୍ଡ୍‌ ବକ୍ସ ଭିତରେ ଅଢ଼େଇ ଫୁଟିଅା ନାଗ : ଏସି ଭିତରୁ ବି ବାହାରିଥିଲା ସାପ

ଭୁବନେଶ୍ୱର: ଆପଣଙ୍କ ଘରେ ଦୀର୍ଘଦିନ ହେଲା ସାଉଣ୍ଡ୍‌ ବକ୍ସ ଅଚଳ ହୋଇ ପଡ଼ିଛି କି ? କାର୍ଯ୍ୟକ୍ଷମ ଥିବା ସାଉଣ୍ଡ୍‌ ବକ୍ସରେ ଛିଦ୍ର ଅଛି କି। ଯଦି ହଁ, ତେବେ ସାବଧାନ! ଏହା ଭିତରେ ଥାଇପାରେ ବିଷଧର ସାପ। ଆଜି ପୋଖରୀପୁଟସ୍ଥିତ କୋକିଳା ଏନ୍‌କ୍ଲେଭ୍‌ ଫେଜ୍‌ ୨ ଅଞ୍ଚଳର ବିଶ୍ୱଜିତ ବିଶୋୟୀଙ୍କ ଘରେ ଥିବା ଏକ ସାଉଣ୍ଡ୍‌ ବକ୍ସ ଭିତରୁ ଅଢ଼େଇ ଫୁଟ ଲମ୍ବର ଏକ ନାଗ ଉଦ୍ଧାର କରାଯାଇଛି। ବିଶ୍ୱଜିତଙ୍କ ଘରକୁ ସାପଟି ଟେବୁଲ୍‌ ତଳେ ପଶିଯିବା ପରେ ଏନେଇ ସ୍ନେକ୍‌ ହେଲ୍‌ପଲାଇନ୍‌କୁ ଖବର ଦିଆଯାଇଥିଲା। ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସଦସ୍ୟ ପ୍ରସନ୍ନ କୁମାର ଦାସ ସଦସ୍ୟ ତୁରନ୍ତ ସେଠାରେ ପହଞ୍ଚି ସାପକୁ ଖୋଜିବା ପରେ ମଧ୍ୟ ପାଇ ନଥିଲେ। ମାତ୍ର ପରେ ସନ୍ଦେହ ହେବାରୁ ସାଉଣ୍ଡ୍‌ ବକ୍ସ ଉପରେ ମଶାମରା ଧୁଆଁ ସ୍ପ୍ରେ କରିଥିଲେ। ତଥାପି ସାପ ବାହାରି ନଥିଲା। ବକ୍ସରୁ ସ୍ପିକର ଖୋଲି ସାପକୁ କଢ଼ା ଯାଇଥିଲା। ପରେ ତାକୁ ଆଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା। ପୂର୍ବରୁ ଖରାଦିନେ ଏସି ଭିତରୁ ବି ସାପ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର