ଭୁବନେଶ୍ବର: ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳରେ ଆଜି ଜଣଙ୍କ ଗାଧୁଆ ଘରୁ ନାଗସାପ ଉଦ୍ଧାର କରାଯାଇଛି। ସାପଟି ଗାଧୁଆଘର ନଳାରେ ଲାଗିଥିବା ଷ୍ଟିଲ୍ ଜାଲିରେ ଫସିଥିବା ଯୋଗୁଁ ପ୍ରାୟ ଅଧଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ପାଇଛି। ସୂଚନା ଅନୁଯାୟୀ, ପୋଖରୀପୁଟରେ ରହୁଥିବା ଅଜୟ ମୁଖାର୍ଜୀଙ୍କ ଗାଧୁଆ ଘରେ ସାପଟି କୌଣସି ଉପାୟରେ ପଶି ଯାଇଥିଲା। ପରିବାରଲୋକେ ଗାଧୋଇବା ପାଇଁ ବାଥରୁମ୍ ଯିବା ବେଳକୁ ନାଗସାପ ଦେଖିଥିଲେ। ଲୋକଙ୍କୁ ଦେଖି ସାପ ଭୟଭୀତ ହୋଇ ବାଥରୁମ୍ ନଳାରେ ଲାଗିଥିବା ଜାଲି ଦେଇ ବାହାରିବାକୁ ଚେଷ୍ଟା କରିବାରୁ ଅଧା ବାଟରେ ଅଟକି ଯାଇଥିଲା।
ସ୍ନେକ୍ ହେଲ୍ପଲାଇନ୍ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ଜାଲିରେ ଫସିଥିବା ନାଗକୁ ଉଦ୍ଧାର କରି ସ୍ନେକ୍ ହେଲ୍ପ ଲାଇନ୍ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ସ୍ନେକ ହେଲ୍ପଲାଇନ୍ର ସଦସ୍ୟ ଆଶିଷ ଓ ସଲୋନି ମିଳିତ ଭାବେ ଜାଲି କାଟି ସାପକୁ ମୁକ୍ତ କରିଥିଲେ। ଏହା ପରେ ସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
ଷ୍ଟିଲ୍ ଜାଲିରୁ ଉଦ୍ଧାର ହେଲା ନାଗ
/sambad/media/post_attachments/wp-content/uploads/2021/11/65sf4h64fh65fhsssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)