ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କ ପରିସରରୁ ଏକ ଢମଣା ସାପକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଇ-ବ୍ଲଡ୍ ବ୍ୟାଙ୍କ ରୁମ୍କୁ ଯିବା ସମୟରେ ସେଠାରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ। କର୍ମଚାରୀଜଣକ ଭୟରେ ରୁମ୍କୁ ବନ୍ଦ କରିଦେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ୫ ଫୁଟ୍ ଲମ୍ବର ଏହି ଢମଣା ସାପଟି ଇ-ବ୍ଲଡବ୍ୟାଙ୍କ ରୁମ୍ର କାଗଜପତ୍ର ଭିତରେ ଲୁଚି ରହିଥିଲା। ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି। ଫଳରେ ବ୍ଲଡ୍ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହୋଇପାରିଛି।
କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ବ୍ୟାଙ୍କରେ ସାପ
/sambad/media/post_attachments/wp-content/uploads/2021/01/fhfh5fs6h5fs65fs6fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)