ଖଣ୍ଡଗିରି/ବାରଙ୍ଗ: ଚନ୍ଦକା ଥାନା ଅନ୍ଧାରୁଆ ଗାଁରୁ ମଙ୍ଗଳବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ପ୍ରାୟ ୧୦ଫୁଟ୍ ଲମ୍ବର ଏହି ସାପଟିର ବୟସ ୩ ବର୍ଷ ହେବ ବୋଲି ଆକଳନ କରାଯାଇଛି। ବନ ବିଭାଗ ସହାୟତାରେ ସାପଟିକୁ ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରୀ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନାନୁସାରେ ଏହି ସାପଟି ମଙ୍ଗଳବାର ସକାଳ ପ୍ରାୟ ୧୦ଟାବେଳେ ଅନ୍ଧାରୁଆ ପଦ୍ମପାଦ ମୁଣ୍ଡିଆରୁ ତଳକୁ ଖସିଥିଲା। ଖବର ପାଇ ଚନ୍ଦକା ଶିମିଳିପାଟଣାର ଆଶିିଷ ବେହେରା ସାପଟିକୁ ଧରି ବନ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ଗୋଡ଼ିବାରୀ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ଅନ୍ଧାରୁଆରୁ ଅଜଗର ଉଦ୍ଧାର
/sambad/media/post_attachments/wp-content/uploads/2018/06/barang-ajagar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)