ଅଜଗର ଉଦ୍ଧାର

ବାରଙ୍ଗ: ରବିବାର ସନ୍ଧ୍ୟାରେ ଚନ୍ଦକା ପେଟ୍ରୋଲ ପମ୍ପ ପାଖରୁ ୯ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିକୁ ଦେଖି ଲୋକେ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ ଆଶିଷ କୁମାର ବେହେରାଙ୍କୁ ସୂଚନା ଦେଇଥିଲେ। ସେ ସାପଟିକୁ ଉଦ୍ଧାର କରିବା ପରେ ରାତି ହୋଇଯିବାରୁ ତାକୁ ଚନ୍ଦକା ବନ ବିଭାଗ କାର୍ଯ୍ୟାଳୟ ଜିମା ଦେଇଥିଲେ। ଆଜି ସକାଳେ ଚନ୍ଦକା ଅଭୟାରଣ୍ୟର ଗୋଡ଼ିବାରି ଠାରେ ଜଙ୍ଗଲ ମଧ୍ୟରେ ଅଜଗରଟିକୁ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର