ଚନ୍ଦ୍ରଶେଖରପୁର: କିସ୍ ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିସର ସ୍ନାନ ମଣ୍ଡପରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଆଜି ବଡ଼ି ଭୋର୍ରୁ ଶ୍ରୀଜିଉଙ୍କ ଜନ୍ମଦିନ ନୀତିକାନ୍ତି ସେବା ଆରମ୍ଭ ହୋଇଥିଲା। ରତ୍ନ ସିଂହାସନରୁ ତିନି ଠାକୁରଙ୍କୁ ସେବାୟତମାନେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିଥିଲେ।
ସେଠାରେ ହୋମ କରାଯାଇ ବିମ୍ବସ୍ନାନ କର୍ପୂର ଆଳତି, ଏକୋଇଶି ପତି ଆଳତି, ପିଷ୍ଟକା ଆଳତି, ତଡ଼ପଲାଗି କରାଯାଇଥିଲା। ପରେ କୁମ୍ବାଭିଷେକ ଜଳପୂଜା କରାଯାଇ ସୁନା କୂଅକୁ ପୂଜନ କରି ୧୦୮ ଗରା ଜଳ ଅଣାଯାଇ ତିନି ଠାକୁର ଓ ସୁର୍ଦଶନଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଅଧର ପୋଛା କରାଯାଇଥିଲା। ମହାପ୍ରଭୁ ସ୍ନାନ କରିବା ପରେ ବେଶ ଶ୍ରୀଙ୍ଗାର ଆରମ୍ଭ ହୋଇଥିଲା ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ଆଜି ମହାପ୍ରଭୁ ଦିନତମାମ ସ୍ନାନମଣ୍ଡପରେ ଦର୍ଶନ ଦେବା ପରେ ସଂଧ୍ୟାରେ ମନ୍ଦିରକୁ ବିଜେ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/65-3.jpg)