‘ମିସ୍‌ ଦିଭା’ ମୁକୁଟ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସ୍ନେହାଶ୍ରୀ

ଭୁବନେଶ୍ୱର : ହରିଦ୍ବାରସ୍ଥିତ ଗାର୍ଡେନିଆ ହୋଟେଲ୍‌ରେ ଅନୁଷ୍ଠିତ ହେଉଥିବା ମିସ୍‌ ଦିଭାର ତୃତୀୟ ସଂସ୍କରଣର ବିଜେତା ହୋଇ ଓଡ଼ିଆ ଝିଅ ସ୍ନେହାଶ୍ରୀ ସାହୁ (୧୪) ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଚୟନ ହୋଇଥିବା ୩୮ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ନେହାଶ୍ରୀ ଏହି ମୁକୁଟ ହାତେଇଛନ୍ତି। ପ୍ରଥମ ଦିନରେ ଇଣ୍ଟ୍ରୋଡୋକ୍ସନ୍ ରାଉଣ୍ଡ, ଦ୍ବିତୀୟ ଦିନରେ ଟାଲେଣ୍ଟ୍ ଓ ଫଟୋସୁଟ୍ ରାଉଣ୍ଡ ଏବଂ ତୃତୀୟ ଦିନରେ ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହୋଇଥିଲା।

ତିନିଟି ଯାକ ରାଉଣ୍ଡରେ ସ୍ନେହାଶ୍ରୀ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରି ୨୦୨୧ ମିସ୍ ଦିଭା ହୋଇଥିଲେ। ପୂର୍ବରୁ ସ୍ନେହାଶ୍ରୀ ମିସ୍ କଲ୍ଲୋଳ ୨୦୧୭, ମିସ୍ ଓଡ଼ିଶା ୨୦୧୮, ମିସ୍ କଳିଙ୍ଗ ୨୦୧୯, ମିସ୍ ଲିଟିଲ୍ କୁଇନ୍ ଓ ମିସ୍ କିଡ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଗ୍ଲୋବ୍, ମିସ୍ ଲିଟିଲ୍ କୁଇନ୍ ଅଫ୍ ଦ ରାମ୍ପ ଇଣ୍ଟରନ୍ୟାସନାଲ୍ ଗ୍ଲୋବ୍ ୨୦୨୦ ଆଦି ପ୍ରତିଯୋଗିତା ଜିତି ସାରିଛନ୍ତି। ସୂଚନାଯୋଗ୍ୟ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ସ୍ନେହାଶ୍ରୀଙ୍କ ପିଲାଟି ଦିନରୁ ମଡେଲିଂ ପ୍ରତି ରୁଚି ରହିଥିଲା। ଏବେ ସେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ସେ କହିଛନ୍ତି, ମଡେଲ ତଥା ଅଭିନେତ୍ରୀ ମାନୁସୀ ଚିଲ୍ଲର୍‌ ତାଙ୍କ ଆଦର୍ଶ। ତାଙ୍କ ପରି ସେ ଜଣେ ଡାକ୍ତର ହେବା ସହ ଅନ୍ତର୍ଜାତୀୟ ସ୍ତରରେ ମଡେଲ୍‌ ହେବେ ବୋଲି ଇଚ୍ଛା ରଖିଛନ୍ତି।

ସମ୍ବନ୍ଧିତ ଖବର