ଭୁବନେଶ୍ୱର: ନରଣପୁରସ୍ଥିତ କେଏମ୍ବିବି ମହାବିଦ୍ୟାଳୟରେ ‘ନାରୀ ଅସଦାଚରଣର ଅନ୍ତ, ଏକ ସାମାଜିକ ବିପ୍ଳବ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ବିଷ୍ଣୁଚରଣ ରଥଙ୍କ ସ୍ମୃତିରେ ଦେବ ସଂସ୍କୃତି ଯୋଗ ବିଦ୍ୟାଳୟ, ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଓ ଦିବ୍ୟଭାରତ ଯୁବକ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ୨ଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏଥିରେ ଯୋଗାଚାର୍ଯ୍ୟ ବିଶ୍ୱରଂଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନାରୀ ସୁରକ୍ଷା ଦିଗରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଏହାସହ ଯୋଗ ଏବଂସଂସ୍କାର ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ ଓ ଏକାଡେମିକ୍ ଡିନ୍ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।
‘ନାରୀ ଅସଦାଚରଣର ଅନ୍ତ, ଏକ ସାମାଜିକ ବିପ୍ଳବ’
/sambad/media/post_attachments/wp-content/uploads/2018/08/kmbb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)