ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଦ୍ୟତମ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୮ ସପ୍ତାହ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ କରିବା ପାଇଁ ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନ୍ଏଚ୍ଆରସିରେ ପିଟିସନ ଦାଖଲ କରିଥିଲେ। ଏନ୍ଏଚ୍ଆରସି ପିଟିସନ୍ ଶୁଣାଣି କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଶେଷ କରି ୪ ସପ୍ତାହରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଦାଖଲ ହୋଇ ପାରିନଥିବାରୁ ଏନ୍ଏଚ୍ଆରସି ଭୁବନେଶ୍ୱର ସିପିଙ୍କ ଠାରୁ ରିପୋର୍ଟ ତଲବ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଆଦିତ୍ୟ ଦାଶଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଭୁବନେଶ୍ବର ଜିଆରପି ଥାନାରେ ଅଭିଯୋଗ ହୋଇଥିଲା। ଜିଆରପି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ତଦନ୍ତରେ ଅବହେଳା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/aditya-das.jpg)